spot_img

ଅନ୍ନଦାତାଙ୍କ ପ୍ରସଙ୍ଗରେ ୟୁପିଏ ଅସଫଳ: ଶିବସେନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନେ୍ଦାଳନ ଜାରି ରିହିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଦୁର୍ବଳ ପଡିଛି । ୟୁପିଏ କୃଷି ଆଇନ ନେଇ ଅସଫଳ ରହିଥିବା ଶିବସେନା ପକ୍ଷରୁ କୁହାଯାଇଛି । ଶିବସେନା ମୁଖପାତ୍ର ସାମନାରେ ଏନେଇ ଲେଖା ପ୍ରକାଶ ପାଇଛି । ଶରଦ ପାୱାରଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡିକୁ ଏକଜୁଟ ହେବାର ଆବଶ୍ୟକ ବୋଲି ଏତିରେ ଉଲ୍ଲେଖ କରାଯାଇଛି । ଶରଦଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସହିତ ମୁକାବଲା କରାଯିବା ସମ୍ଭାବନା ଥିବା ଏଥିରେ ଦର୍ଶଯାଇଛି । କଂଗ୍ରେସରେ ପୁର୍ଣ୍ଣକାଳୀନ ଅଧ୍ୟକ୍ଷ ମୋଦୀ ୟୁପିଏ ଦୁର୍ବଳ ହୋଇପଡିଛି । ସୋନିଆ ଗାନ୍ଧୀ ମୋଦୀଙ୍କ ମୁକାବିଲା କରିବାକୁ ଅସମର୍ଥ । ସେହିପରି ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ୟୁପିଏର ସ୍ଥିତି ଏକ ଏନଜିଓ ଭଳି ହୋଇଛି ବୋଲି ସାମନାରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular