spot_img

ଗଭୀର ଘାଇରେ ଖସିପଡ଼ିଲା ବସ, ୯ ଯାତ୍ରୀ ମୃତ

ସିମଲା : ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲା ଟିସା ସବଡିଭିଜନ ଅନ୍ତର୍ଗତ କଲୋନୀ ମଡ୍ ଠାରେ ଏକ ଯାତ୍ରୀବାହୀ ବସ ପ୍ରାୟ ୨୦୦ ଫୁଟ ଗଭୀର ଖାଇରେ ଖସିପଡ଼ିବାରୁ ୯ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ଓ ୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବସଟି ମାଙ୍ଗଲି-ବୁନ୍ଦେଦିରୁ ଚମ୍ବାକୁ ଯାଉଥିବାବେଳେ କଲୋନୀ ମଡଠାରୁ ୫୦୦ ମିଟର ଦୂରରେ ଥିବା ଏକ ଖାଇରେ ଖସିପଡ଼ିଥିଲା । ବସଟି ଖସିପଡ଼ିବା ପରେ ଘଟଣାସ୍ଥଳରେ ହିଁ ୬ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଆଉ ୩ ଜଣ ଟିସା ହସପିଟାଲରେ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲେ । ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତମାନଙ୍କୁ ସ୍ଥାନୀୟ ଟିସା ହସପିଟାଲରେ ଭର୍ତ୍ତି କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular