ନୂଆଦିଲ୍ଲୀ: ଆମେରିକାରେ ପଢ଼ୁଥିବା ଚୀନର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଭିସା ପ୍ରଶାସନ ବାତିଲ କରିଛି । ଭିସା ବାତିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକାଂଶ ସ୍ନାତକ ଓ ଗବେଷକ ଛାତ୍ର ରହିଛନ୍ତି । ଆମେରିକାର କାର୍ଯ୍ୟକାରୀ ଗୃହମନ୍ତ୍ରୀ ଚାଡ୍ ୱଲଫଙ୍କ କହିବା ଅନୁସାରେ ଆମେରିକା , ଚୀନର ଗୁପ୍ତଚର ବିଭାଗ କିମ୍ବା ପିପୁଲସ୍ ଲିବରେସନ ଆର୍ମି ସହ ଜଡ଼ିତ ଚୀନର ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ନାତକ ଛାତ୍ର ଏବଂ ଗବେଷକଙ୍କ ପାଇଁ ଭିସା ପ୍ରତ୍ୟାହାର ପାଇଁ ଏକ ମାସ ପୁରୁଣା ଏକ ପ୍ରସ୍ତାବ ଉପରେ ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି । ସେମାନେ ଗୁପ୍ତ ତଥ୍ୟ ଚୋରି କରିବା ଭଳି ବିପଦ ସୃଷ୍ଟି କରିପାରନ୍ତି ବୋଲି ପ୍ରଶାସନର ଧାରଣା । କରୋନା ଭାଇରସ ଗବେଷଣା ଚୋରି କରିବା ସହ ଚୀନ ଦ୍ୱାରା ହୋଇଥିବା ଅନୈତିକ ବାଣିଜ୍ୟ ପ୍ରଥା ଓ ଔଦ୍ୟୋଗିକ ଗୁପ୍ତଚର କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଆଗକୁ ଚୀନ ଉତ୍ପାଦିତ ସାମଗ୍ରୀକୁ ମଧ୍ୟ ଆମେରିକାରେ ନିଷେଧ କରାଯିବ ବୋଲି ଗୃହମନ୍ତ୍ରୀ ୱଲଫ୍ ସୂଚନା ଦେଇଛନ୍ତି । ଗତ ମେ ୨୯ରେ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣାର ଫଳସ୍ୱରୂପ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0