spot_img

ଉଷା ପାଢ଼ୀ ହେଲେ ବ୍ୟୁରୋ ଅଫ୍ ସିଭିଲ ଏଭିଏସନ ସିକ୍ୟୁରିଟିର ଡ଼ିଜି

ଭୁବନେଶ୍ୱର : ଓଡ଼ିଶା କ୍ୟାଡ଼ର ଆଇଏଏସ ଉଷା ପାଢ଼ୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି । କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ପଦୋନ୍ନତି ପରେ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ୱ ମିଳିଛି | ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ କାମ କରିଥିବା ଉଷା ପାଢ଼ୀଙ୍କ ଅଭିଜ୍ଞତାକୁ ଦେଖି ତାଙ୍କୁ ଏହି ସଂସ୍ଥାର ଡିଜି ଦାୟିତ୍ୱ ମିଳିଥିବା ନେଇ ଚର୍ଚ୍ଚା ହେଉଛି | ବଡ କଥା ଯେ ଏହି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇବାରେ ୩୩ ବର୍ଷ ମଧ୍ୟରେ ଉଷା ହେଉଛନ୍ତି ପ୍ରଥମ ମହିଳା | ଉଷାଙ୍କ ପୂର୍ବରୁ ଆଇପିଏସ ଅଫିସର ରାକେଶ ଅସ୍ଥାନା ଥିବାବେଳେ ତାଙ୍କୁ ସୀମା ସୁରକ୍ଷା ବଳର (ବିଏସ୍‌ଏଫ୍) ମହାନିର୍ଦେଶକ ଭାବେ ନିଯୁକ୍ତି ମିଳିଛି। ଆଉ ମଙ୍ଗଳବାର ସକାଳେ ଅସ୍ଥାନା ‘ଡିଜି ବିଏସ୍‌ଏଫ୍‌’ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି’ର ଡିଜି ଭାବେ ଦାୟିତ୍ୱ ମିଳିଛି |

୧୯୮୭ ମସିହାରୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି ସଂସ୍ଥା ପ୍ରତିଷ୍ଠା ହେବା ପରେ ୧୯୮୭ ମସିହାରୁ ମେ, ୨୦୧୬ ଯାଏଁ ୧୪ ଜଣ କମିଶନର ଭାବେ କାର୍ଯ୍ୟ କରିଥିଲେ | ଏହା ପରେ ଏହାର ସର୍ବୋଚ୍ଚ ଅଧିକାରୀଙ୍କୁ ଡିଜି ପାହ୍ୟା ଦିଆଯାଇଥିବାବେଳେ ଉଷା ପାଢ଼ୀଙ୍କ ପୂର୍ବରୁ ଦୁଇ ଜଣ ଆଇପିଏସ ଏହି ପଦବୀରେ ଥିଲେ | ଯାହାକୁ ନେଇ ଉଷା ମଧ୍ୟ ଟ୍ୱିଟରରେ ପୋଷ୍ଟ କରି ଲେଖିଛନ୍ତି ଯେ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ତାଲିକାରେ ‘ଶ୍ରୀମତୀ’ଙ୍କ ନାମ ସାମିଲ ହେଲା |

ସୂଚନା ଥାଉ କି ୧୯୯୬ ଓଡ଼ିଆ କ୍ୟାଡର ଆଇଏଏସ ଅଫିସର ଓଡିଶା ସରକାରଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ ଓ ୨୦୧୫ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular