ବାଲେଶ୍ୱର: ଅଜୟ ବେହେରା ବିଲରେ କାମ କରୁଥିବା ବେଳେ ଏକ ବିରଳ କଇଁଛଟିକୁ ଦେଖିବାକୁ ପାଇଥିଲେ। ଜଳେଶ୍ୱର ବ୍ଲକ୍ ଓଲମରା ପଞ୍ଚାୟତ ଅନ୍ତର୍ଗତ ରାଜନଗରପାଟଣା ଗ୍ରାମରୁ ଏହି ବିରଳ କଇଁଛ ଉଦ୍ଧାର ହୋଇଛି। ବିରଳ କଇଁଛକୁ ଉଦ୍ଧାର କରି ସେ ସ୍ଥାନୀୟ ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅଶ୍ୱିନୀ କୁମାର ଦାସଙ୍କୁ ଖବର ଦେଇଥିଲେ। ସୂଚନା ଅନୁସାରେ ଏହି କଇଁଛକୁ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଛଡ଼ାଯିବ।
ଶ୍ରୀ ଦାସ ସେଠାରେ ପହଞ୍ଚି କଇଁଛଟିକୁ ଉଦ୍ଧାର କରିବା ସହ ଏହାର ପ୍ରଜାତି ବିଷୟରେ ଜାଣିବା ପାଇଁ ଡିଏଫ୍ଓ ବିଶ୍ୱରାଜ ପଣ୍ଡାଙ୍କୁ ଅବଗତ କରାଇଥିଲେ। ଶ୍ରୀ ପଣ୍ଡା ଏହାକୁ ‘ଇଣ୍ଡିଆନ୍ ଆଏଡ୍ ଟର୍ଟଲ୍’ ଓ ଏହି ପ୍ରଜାତି କଇଁଛମାନଙ୍କର ହାରାହାରି ଲମ୍ବ ୭.୯ ଇଞ୍ଚ ହୁଏ ବୋଲି ଚିହ୍ନଟ କରିଥିଲେ। ଡିଏଫ୍ଓ ଜଳେଶ୍ୱର ରେଞ୍ଜର ସରୋଜ କୁମାର ମହାନ୍ତିଙ୍କୁ ଉକ୍ତ କଇଁଛଟିକୁ ଉଦ୍ଧାର କରିବା ପାଇଁ ନିର୍ଦେଶ ଦେଇଥିଲେ। ପରେ ବରଡିହା ଫରେଷ୍ଟର ସେମ୍ୟରଞ୍ଜନ ମାଝୀ, ଫରେଷ୍ଟଗାର୍ଡ ଦୁଷ୍ମନ୍ତ ଜେନା, ମନୋହର ସିଂହ, ସବୁଜ ବାହିନୀର ଅମରେଶ ଦାସ, ସୁରେଶ ଦାସ ପ୍ରମୁଖ କଇଁଛଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନେଇଯାଇଛନ୍ତି। ଏହାକୁ ନନ୍ଦନକାନନରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂତ୍ରରୁ ସୂଚନା ମିଳିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0