spot_img

ପାକିସ୍ତାନ ବିପକ୍ଷ ଦଳର ଇମ୍ରାନ ଖାନ ଉପରେ ଆରୋପ

ପାକିସ୍ତାନ ବିରୋଧୀ ଦଳ ପିପୁଲ୍ସ ପାର୍ଟିର ସିନେଟର ରୱାନୀ ଇମ୍ରାନ ଖାନ ସରକାର ଉପରେ ଆରୋପ ଲଗାଇଛନ୍ତି । ଆରୋପ ଅନୁଯାୟୀ ଶାସକ ଦଳ ଏକ ଗୁପ୍ତ ଅଧ୍ୟାଦେଶ ସାହାଯ୍ୟରେ କୂଳଭୂଷଣଙ୍କୁ ମୁକ୍ତ କରିବା ପାଇଁ ଚେଷ୍ଟା କରୁଛି । ଦେଶର ସଂସଦକୁ ବିଶ୍ୱାସ ନ କରି, ସମ୍ବିଧାନର ନୀତିନିୟମ ପାଳନ ନକରି ସରକାର ଏହି ଅଧ୍ୟାଦେଶ ଜାରି କରିଛି । ଏନେଇ ପାକିସ୍ତାନରେ ସ୍ଥିତି ଏପରି ଅସମ୍ଭାଳ ହେଲା ଯେ ସେଠାକାର ସରକାର ଓ ନ୍ୟାୟ ମନ୍ତ୍ରାଳୟ ଏକ ପ୍ରେସ୍ ରିଲିଜ ଜରିଆରେ ଏହି ଆରୋପ ମିଥ୍ୟା ବୋଲି ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, କୂଳଭୂଷଣ ଯାଦବକୁ ନେଇ ପାକିସ୍ତାନ ମେ୨୦ ରେ ଆନ୍ତର୍ଜାତୀୟ ନ୍ୟାୟପାଳିକାର ନ୍ୟାୟ ସମୀକ୍ଷା ଓ ପୁନଃବିଚାର ଅଧ୍ୟାଦେଶ ୨୦୨୦ ଜାରି କରିଥିଲା । ଏହି ଅଧ୍ୟାଦେଶ ବଳରେ କୂଳଭୂଷଣ ଯାଦବ ଇସଲାମାବାଦ ହାଇକୋର୍ଟରେ ପୁନଃବିଚାର ପାଇଁ ଆବେଦନ କରିପାରିବେ । ମାତ୍ର ପାକିସ୍ତାନ ଏହି ଅଧ୍ୟାଦେଶ ନିଜ ସଂସଦର କୈାଣସି ଗୃହରେ ଆଗତ କରିନାହିଁ ।

ଭାରତୀୟ ନୌସେନାର ଅବସରପ୍ରାପ୍ତ ଅଫିସର କୂଳଭୂଷଣ ଯାଦବ,୨୦୧୭ମସିହାରେ ପାକିସ୍ତାନର ଏକ ସୈନ୍ୟ ଅଦାଲତରେ ଦୋଷି ସାବ୍ୟସ୍ତ ହୋଇଥିଲେ । ଅଦାଲତ ଗୁପ୍ତଚର ଏବଂ ଆତଙ୍କବାଦର ମିଛ କେସ୍ ରେ କୂଳଭୂଷଣଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular