spot_img

ଟୋଲ ଫି ପ୍ଲାଜାରେ ଫାଷ୍ଟ୍ ଟ୍ୟାଗ୍ ବ୍ୟବହାର ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥଗୁଡ଼ିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି ପ୍ଲାଜାଗୁଡ଼ିକରେ ଫାଷ୍ଟ୍‌ଟ୍ୟାଗ୍ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଗାଡ଼ି ଚାଳକମାନେ ଫେରନ୍ତା ଯାତ୍ରାରେ ରିହାତି ସମେତ ଅନ୍ୟ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଜାତୀୟ ରାଜପଥର ପଥକର ନିର୍ଦ୍ଧାରଣ ଏବଂ ଆଦାୟ ସଂକ୍ରାନ୍ତ ୨୦୦୮ ମସିହାର ଆଇନରେ ପରିବର୍ତ୍ତନ କରାଯାଇଛି । ତେଣୁ ଏବେ ଯାନବାହାନ ଚାଳକଙ୍କୁ ଫେରିବାର ୨୪ ଘଣ୍ଟା ମଧ୍ୟରେ ରିହାତି ସୁବିଧା ମିଳିପାରିବ । ଏଥି ସହିତ ଅନ୍ୟାନ୍ୟ ସମସ୍ତ ସ୍ଥାନୀୟ କରଛାଡ଼ ଓ ସୁବିଧା ପାଇବା ପାଇଁ ଫାଷ୍ଟଟ୍ୟାଗ୍ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।
ସାରା ଭାରତ ଏବେ ଡିଜିଟାଲାଇଜେସନ୍ ମୁହାଁ । ଜାତୀୟ ରାଜପଥର ଟୋଲ ଫି ପ୍ଲାଜାଗୁଡ଼ିକରେ ଡିଜିଟାଲ ଦେୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ସରକାରଙ୍କର ଆଉ ଏକ ପଦକ୍ଷେପ । ଗାଡ଼ି ଚାଳକମାନେ ପଥକର ବାବଦରେ ଦେବାକୁ ଥିବା ଅର୍ଥ ପ୍ରିପେଡ଼୍ ବ୍ୟବସ୍ଥାରେ ହିଁ ହେବ । ଆଉ ଦେୟର ରିହାତି ମଧ୍ୟ ଡିଜିଟାଲ ବ୍ୟବସ୍ଥାରେ ଫେରସ୍ତ କରାଯିବ । ଏସବୁ ସ୍ମାର୍ଟ କାର୍ଡ ବା ଫାଷ୍ଟ୍‌କାର୍ଡରେ ହେଉଥିବାରୁ ଗାଡ଼ିଚାଳକମାନେ ଏହାକୁ ବ୍ୟବହାର କରିବାକୁ କୁହାଯାଇଛି । ସଂଶୋଧିତ ନିୟମ ଅନୁସାରେ ଗାଡ଼ି ଚାଳକଙ୍କୁ ଟୋଲ ପ୍ଲାଜାରେ ଫେରନ୍ତା ଯାତ୍ରା ପାଇଁ ଯାତ୍ରାର ୨୪ ଘଣ୍ଟା ମଧ୍ୟରେ ରିହାତି ବ୍ୟବସ୍ଥାର ସୁବିଧା ମିଳିବ । ଏହି ରିହାତି ସେହିଭଳି ପ୍ରଦାନ କରାଯିବ । ଏହା ସ୍ୱଂୟକ୍ରିୟ ଭାବେ କାର୍ଯ୍ୟ କରିବା ସହ ଏଥିପାଇଁ ପାସ୍‌ର ଆବଶ୍ୟକତା ପଡ଼ିବନି । ଅନ୍ୟାନ୍ୟ କ୍ଷେତ୍ରରେ ଟୋଲ ପ୍ଲାଜାରେ ରିହାତି ଏବଂ ଫାଷ୍ଟଟ୍ୟାଗ୍ ବ୍ୟବହାର କରିବାକୁ ପଡ଼ିବ ।
ଯଦି କେହି ଚାଳକ ୨୪ ଘଣ୍ଟାରେ ଫେରିବା ଲାଗି ଦେହ ରିହାତି ପାଇଥିବ, ସେଥିପାଇଁ ଆଗୁଆ ରସିଦ କିମ୍ବା ସୂଚନା ଦେବା ଦରକାର ନାହିଁ । ସେ ୨୪ ଘଣ୍ଟା ମଧ୍ୟରେ ଫେରିଲେ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ରିହାତି ପାଇପାରିବ । ସେଥିପାଇଁ ଗାଡ଼ିରେ ବୈଧ ଓ କାର୍ଯ୍ୟକ୍ଷମ ଫାଷ୍ଟଟ୍ୟାଗ୍ ଲଗାଇବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular