spot_img

ଜଳେଶ୍ୱରରୁ ୧ କିଲୋ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର: ଜଳେଶ୍ୱରରୁ ୧ କିଲୋ ବ୍ରାଉନ ସୁଗାର ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରାଯାଇଛି । ବିଳମ୍ବିତ ରାତିରେ ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡ଼େଶ୍ୱରପୁର ଅଂଚଳରେ ଭୁବନେଶ୍ୱର ଏସଟିଏଫର ୧୨ ଜଣିଆ ଟିମ୍ ଚଢ଼ାଉ କରିଥିଲେ । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଗିରଫ ହୋଇଥିବା ଯୁବକ ଜଣକ ଝାଡ଼େଶ୍ୱରପୁର ଅଂଚଳର ଶେଖ ମୁନାଫ ହୁସେନ । ସୂଚନା ମୁତାବକ, ଭୁବନେଶ୍ବରରୁ ଏସଟିଏଫ ଟିମ ଗତକାଲିଠାରୁ ଜଳେଶ୍ବରରେ ଆସି ଡେରା ପକାଇଥିଲେ । ଏ ଅଞ୍ଚଳରେ ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ ସାଜିଥିବା ଜଳେଶ୍ବର ଗ୍ରାମାଞ୍ଚଳର ରାଜପୁର ଏବଂ କୌରଅଞ୍ଚଳର ଝାଡ଼େଶ୍ବରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୋର୍ଦାର ଚଢ଼ଉ କରିଥିଲେ । ତେବେ ମିଶନ ସଫଳ ନହେବାରୁ ଟିମ ବାଲ୍ବେଶ୍ବର ଫେରି ଆସିଥିଲେ । ଆଜି ସଂଧ୍ୟାରେ ପୁଣି ସେଠାକୁ ଯାଇ ଝାଡ଼େଶ୍ବରପୁର ଗ୍ୟାରେଜବଜାରରେ ଥିବା ସେଖ୍ ମଙ୍ଗଲୁ ଘରେ ଅଚାନକ ଚଢ଼ଉ କରିଥିଲେ । ମଙ୍ଗଲୁ ଘରୁ ୧ କେଜି ୫୩୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ତାଙ୍କ ପୁଅ ମୁନାକୁ ଧରି ଏସଟିଏଫ ଟିମ ଭୁବନେଶ୍ବର ନେଇ ଯାଇଥିଲେ । ଚଢ଼ଉ ଟିମରେ ଏସଟିଏଫର ୧୨ ଜଣିଆ ଟିମ ସାମିଲ ଥିବା ବେଳେ ମାଜିଷ୍ଟ୍ରେଟ ଇନଚାର୍ଜ ତଥା ଜଳେଶ୍ବର ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ୍, ଏସଡିପିଓ ଅଙ୍କିତା କୁମ୍ଭାର ଏବଂ ଜଳେଶ୍ବର ଥାନାର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular