ହିଞ୍ଜିଳି: ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ରେ ବାରହା ଆକ୍ରମଣ ରେ ସାତ ଜଣ ଗୁରୁତର ଆହତ ହେଇଛନ୍ତି l ଆହତ ମାନଙ୍କ ମଧ୍ୟରେ ୩ଜଣ ଶିକିରି ଗ୍ରାମର ହେଇଥିବାବେଳେ ଅନ୍ୟ ୪ଜଣ ଖରିଡା ଗ୍ରାମର l ସେମାନେ ଇଟାଭାଟି ରେ କାମ କରୁଥିବା ସମୟ ରେ ବାରହା ଆକ୍ରମଣ କରିଥିଲା l ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତ୍ତି କରଯାଇଥିଲା l ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଲୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l



Visitors Today : 0
Total Visitors : 130166
Total Views : 9891611
Visitors Online Now : 0