ହୃଦଘାତ ରେ ବୀର ଯବାନଙ୍କ ମୃତ୍ୟୁ ହୋଇଛି । ମୃତ ଯବାନ ହେଉଛନ୍ତି ଖୋର୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକର ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଖଣତ ଗ୍ରାମର ଶ୍ରୀ ଦେବପ୍ରକାଶ ମହାରଣା (ଅବସର ପ୍ରାପ୍ତ ସେନା କର୍ମଚାରୀ) ଙ୍କ ର ବଡପୁଅ ଶ୍ରୀ ଜ୍ୟୋତି ପ୍ରକାଶ ମହାରଣା( ୨୭) ଭାରତୀୟ ସେନାବାହିନୀରେ ଜଣେ କାର୍ୟ୍ୟରତ କର୍ମଚାରୀ ଥିଲେ। ୨୦୧୬ ମସିହାରେ ଜ୍ୟୋତି ଆର୍ମିରେ ଯୋଗ ଦେଇଥିଲେ । ପଞ୍ଜାବ ର ଭାଟିଣ୍ଡା ସ୍ଥିତ ୨୩ ମେକାନାଇଜଡ୍ ଇନ୍ଫେଣ୍ଟେରୀ ରେ କାର୍ୟ୍ୟରତ ଥିବା ବେଳେ ଗତ ୦୮-୧୦-୨୧ ତାରିଖ ରାତିରେ ହଠାତ୍ ହୃଦଘାତ ରେ ଆକ୍ରାନ୍ତ ହୋଇଥିଲେ ଜ୍ୟୋତି । ଚିକିତ୍ସା କରାଗଲା ମାତ୍ର ଯବାନ ଜ୍ୟୋତି ବୀରଗତି ପ୍ରାପ୍ତ ହୋଇଗଲେ । ଆଜି ରାତି ୧୨ ଟା ସୁଦ୍ଧା ତାଙ୍କ ମରଶରୀର ନିଜ ଗ୍ରାମରେ ଆସି ପହଞ୍ଚିଛି ଏବଂ ଆଜି ଗାଁ ସ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏହି ଖବର ଶୁଣିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଏକ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0