କଟକ : ବଡମ୍ବା ବ୍ଲକ ସାନବାରସିଂହ ଗ୍ରାମ ପଞ୍ଚାୟତର ସଭା ଗୃହରେ କଟକ ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ବାରା ୧୨ ଦିନିଆ ଉଦ୍ୟୋଗୀ ବିକାଶ ତାଲିମ ଶିବିର ଆୟୋଜିତ,ଏଥିରେ ବଡମ୍ବା ବ୍ଲକ ର ଖୁଣ୍ଟକଟା, ମୁଲିଆ, ଡମଣଗାଡିଆ, ବନମାମାଳିପୁର,ଆସେଲଲିପୁର, କଲିକତାରେ, ସାନବାରସିଂହ, ବାଙ୍ଗରସିଂହା, ମାଧପୁର,ନୂଆପଡା,କୋଟପଲା,ଝାଜିଆ ପ୍ରବୃତ୍ତି ୩୦ ଜଣ ପୁରୁଷ ଏବଂ ମହିଳା ତାଲିମ ଗ୍ରହଣ କରୁଛନ୍ତି, ତାଲିମପ୍ରାପ୍ତ ପରେ ସରକାରଙ୍କ ପିଏମଇଜିପି ଯୋଜନାରେ ବ୍ୟାଙ୍କ ଜରିଆରେ ଋଣ ପ୍ରାପ୍ତ କରି ଶିଳ୍ପ ପ୍ରତିଷ୍ଠା କରି ନିଜେ ସ୍ୱରୋଜଗାରୀ ହେବା ସହିତ ଅନ୍ୟ ମାନଙ୍କୁ କାମ ଯୋଗାଇବେ, ବ୍ଲକ ଶିଳ୍ପ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ସାହୁଙ୍କ ମାର୍ଗ ଦର୍ଶନରେ ଆୟୋଜିତ ଏହି ତାଲିମ ଶିବିରକୁ କଟକ ସ୍ଥିତ ଆଇ ଏମ୍ ଏମ ଏସ ସଂସ୍ଥା ପରିଚାଳନା କରୁଛନ୍ତି, ତାଲିମ ଶିବିରର ବିଭିନ୍ନ ଦିନ ମାନଙ୍କରେ, ବଡମ୍ବା ୟୂକୋ ବ୍ୟାଙ୍କ ମ୍ୟାନେଜର ଉମାକାନ୍ତ ଜେନା, ଓକିଲ ଦେବଦତ୍ତ ମଳୟ ବରାଳ, ଯୁବ ଉଦ୍ୟୋଗୀ ଇଞ୍ଜିନିୟର ଆଶିଷ କୁମାର ମାଝି ପ୍ରବୃତ୍ତି ଯୋଗ ଦେଇ ଶିଳ୍ପ ପ୍ରତିଷ୍ଠାନ ଗଢିବା ବ୍ୟାଙ୍କ ରୁ ଋଣ ନେବା ପରିଶୋଧ ପ୍ରକ୍ରିୟା, ଶିଳ୍ପ ବ୍ୟବସାୟ ପ୍ରତିଷ୍ଠାନ ର ସୁରକ୍ଷା ବୀମା ଆଦି ବିଷୟରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ବୁଝାଇ ଥିଲେ, କାର୍ୟ୍ୟକ୍ରମକୁ ଶ୍ରୀମତୀ ଅର୍ଚ୍ଚନା ମହାପାତ୍ର ସଂଯୋଜନା କରୁଥିବାବେଳେ,ଚିନ୍ମୟ ଗୋଛି ସହଯୋଗ କରୁଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0