ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ସୁପ୍ରିମ୍ କୋର୍ଟ । ଏଥି ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତରୁ ମିଳିଥିବା ସମସ୍ତ ପ୍ରମାଣକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସର୍ବୋଚ୍ଚ ଅଦାଲତ ମୁମ୍ବାଇ ପୋଲିସକୁ କହିଛନ୍ତି । ଏହି ରାୟ ପରେ ରିୟା ଚକ୍ରବର୍ତ୍ତୀ ଙ୍କ ଓକିଲ ସତୀଶ ମାନେସିନେ୍ଧ କହିଛନ୍ତି, ମାନ୍ୟବର ସୁପ୍ରିମକୋର୍ଟ ସବୁ କଥାକୁ ବିଚର କରି ଓ ମୁମ୍ବାଇ ପୋଲିସର ରିପୋର୍ଟକୁ ଆଧାର କରି ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି ।
ପ୍ରଥମେ ରିୟା କେସର ସିବିଆଇ ତଦନ୍ତ କରିବା ପାଇଁ କହୁଥିଲେ । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ମଧ୍ୟ ଟ୍ୟାଗ୍ କରିଥିଲେ । କିନ୍ତୁ କେସରେ ବିହାର ପୋଲିସର ହସ୍ତକ୍ଷେପ ପରେ ରିୟା ସିବିଆଇ ଏବଂ ବିହାର ପୋଲିସକୁ କେସରେ ଜଡିତ ରହିବା ପାଇଁ ଆପତ୍ତି ଦେଖାଇଥିଲେ । ସୁପ୍ରିମକୋର୍ଟ ସମସ୍ତଙ୍କ ବିଷୟକୁ ବିଚାରକୁ ନେଇ ଆଜି ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି । ସୁଶାନ୍ତ ମୃତ୍ୟୁକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ତେଣୁ ନ୍ୟାୟର ସ୍ୱାର୍ଥ ଦୃଷ୍ଟିରୁ ସୁପ୍ରିମକୋର୍ଟ ଏଭଳି ରାୟ ଦେଇଥିବା ମଧ୍ୟ କହିଛନ୍ତି । ସେପଟେ ରିୟା ଚକ୍ରବର୍ତ୍ତିଙ୍କ ଜାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ସିବିଆଇର ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ମାମଲାର ଯାଞ୍ଚ କରିବା ପାଇଁ ମୁମ୍ବାଇ ଯିବେ । ସିବିଆଇର ଟିମ୍ ମୁମ୍ବାଇ ପୁଲିସକୁ ଏହି ମାମଲା ସହ ଜଡିତ ଡାଏରୀ ମାଗିବ । ଏହାଛଡା ସନ୍ଦିଗ୍ଧର ବୟାନ, ଫରେନସିକ୍ ଏବଂ ପୋଷ୍ଟମର୍ଟମ୍ ରିପୋର୍ଟକୁ ମଧ୍ୟ ସିବିଆଇ ଅକ୍ତଆରକୁ ନେଇପାରେ ବୋଲି ଜଣାପଡିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0