ଗଜପତି: ରାୟଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ନାଗେଶ୍ବର ସେନାପତିଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡିରେ ଭିଜିଲାନ୍ସ ରେଡ୍ ଜାରି ରଖିଥିବା ଜଣାପଡିଛି । ଭିଜିଲାନ୍ସ ଟିମ ଏକାଥରକେ ୬ଟି ସ୍ଥାନରେ ଚଢାଉ ଜାରି ରଖିଛି । ଜଗନ୍ନାଥ ବିହାର ୩ଲେନରେ ଥିବା ନାଗେଶ୍ବରଙ୍କ ବାସଭବନ ସମେତ ବ୍ରହ୍ମପୁର, ଆସିକାର ବନ୍ଧୁ ବାନ୍ଧବଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଏହା ସହିତ ରାୟଗଡରେ ଥିବା ସରକାରୀ ବାସଭବନ ଓ ପାଞ୍ଚମାଇଲର ଇଟା ଫ୍ୟାକ୍ଟ୍ରିରେ ଚଢ଼ାଉ ଜାରି ରଖିଛି ଚାଲିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0