spot_img

ଡିନାମାଇଟ୍‌ ଲଗାଇ ଯାଜପୁରର କେଲୁଅ ସେତୁ ବିସ୍ଫୋରଣ ଘଟଣାର ତଦନ୍ତ କରିବ ଭିଜିଲାନ୍ସ 

ଯାଜପୁର: ଡିନାମାଇଟ୍‌ ଲଗାଇ ଯାଜପୁର ଜିଲ୍ଳା କେଲୁଅ ସେତୁ ବିସ୍ଫୋରଣ ଘଟଣାର ତଦନ୍ତ କରିବ ଭିଜିଲାନ୍ସ । ୨ ମାସରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଭିଜିଲାନ୍ସର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହାର ତଦନ୍ତ କରି ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ରିପୋର୍ଟ ଦେବେ । ଲୋକାଯୁକ୍ତଙ୍କ ନିର୍ଦେଶ ପରେ ନଦୀବନ୍ଧକୁ ମନୁଷ୍ୟକୃତ ଭାବେ ନଷ୍ଟ ନା ବନ୍ୟା ଜଳରେ ନଷ୍ଟ ହୋଇଛି ତାହା ଉପରୁ ପରଦା ଉଠିବ ବୋଲି କୁହାଯାଉଛି । ଯାଜପୁର ଧର୍ମଶାଳା କେଲୁଅ ସେତୁକୁ ଡିନାମାଇଟ୍‌ ଲଗାଇ ଉଡାଇଦେଇଥିବା ଅଭିଯୋଗ ହୋଇଥିଲା । ଫଳରେ ୩ଶହ ଫୁଟର ଘାଇ ହେବା ସହ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular