ବଲାଙ୍ଗିର: ଭିଜଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗିର ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରିଶ ପାତ୍ର । ଆଜି ସକାଳୁ ଗିରଶଙ୍କ ଆଦର୍ଶପଡ଼ା ସ୍ଥିତ ଘରେ ଓ ଦେଓଗାଁ କାର୍ଯ୍ୟଳୟରେ ଭିଜିଲାନ୍ସ ଚଢ଼ାଉ କରିଛି । ସମ୍ବଲପୁର, ବଲାଙ୍ଗିର ଏବଂ ସୋନପୁର ଭିଜିଲାନ୍ସ ମିଳିତ ଚଢ଼ାଉ କରିଛନ୍ତି । ତେବେ ଚଡ଼ାଉସମୟରେ ଗିରିଶଙ୍କ ଘରୁ ନଗଦ ୮୦ ହଜାର ଟଙ୍କା ଏବଂ କିଛି ସୁନା ଅଳଙ୍କାର ମିଳିଥିବା ଜଣାପଡ଼ିଛି । ଅନ୍ୟପଟେ କୌଣସି ଆୟବର୍ହିଭୁତ ସଂପତ୍ତି ନାହିଁ । ୨୫ ବର୍ଷର ଚାକିରି କାଳ ମଧ୍ୟରେ ଘର ଖଣ୍ଡେ କରିଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0