ରାଉରକେଲା: ଜବତ ହୋଇଥିବା ଗାଡ଼ି ଛାଡ଼ିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଉରକେଲା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଏପରିକି ଲାଞ୍ଚ ଟଙ୍କା ଜବତ କରିଛି। ଅକ୍ଟୋବର ୨୬ ତାରିଖରେ ବାଙ୍କୀ ଫରେଷ୍ଟର ବିଜୟ କୁମାର ଖୁପି ଏକ କାଠ ବୋଝେଇ ୪୦୭ ଗାଡ଼ିକୁ ଜବତ କରିଥିଲେ। ଗାଡ଼ି ମାଲିକ ରାଜୁ ନାଗ ଯେତେ ଗୁହାରୀ କଲେ ମଧ୍ୟ ଫରେଷ୍ଟର ଗାଡ଼ି ଛାଡ଼ୁନଥିଲେ। ୧୦,୦୦୦ ଟଙ୍କା ଲାଞ୍ଚ ଦେଲେ ଛାଡ଼ିବୁ ବୋଲି କୁଆଡ଼େ ଫରେଷ୍ଟର କହୁଥିବା ଅଭିଯୋଗ ହୋଇଥିଲା।
ଏନେଇ ଗାଡ଼ି ମାଲିକ ରାଜୁ ନାଗ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ରାଜୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଫରେଷ୍ଟରଙ୍କୁ ଧରିଥିଲା। ପରେ ତାଙ୍କ ଅଫିସ ଓ ସୁନ୍ଦରଗଡ଼ ସ୍ଥିତ ପୈତୃକ ଘରେ ଚଢ଼ଉ କରିଥିଲା। ରାଉରକେଲା ଭିଜିଲାନ୍ସ ଏସ୍ପି ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିଲା।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0