spot_img

ନିମ୍ନମାନର ପିଚୁ କାମକୁ ଗ୍ରାମବାସୀଙ୍କ ବିରୋଧ

ବିପଦରେ  ଆର ଏଣ୍ଡ ବି ବିଭାଗ । ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବାର ମସୁଧା । ନେତାଠୁ ଛତା , ଯନ୍ତ୍ରୀଠୁ ତନ୍ତ୍ରୀ  । ଉପରଠୁ ତଳ ପର୍ୟ୍ୟନ୍ତ ସମସ୍ତଙ୍କ ସମ୍ପୃକ୍ତି । ଅଡୁଆ ସୂତାର ଅସଜଡା ଖିଅ ପରି  । ଆମେ କହୁଛୁ ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଶାଳପଡା ପିଚୁକାମ କଥା ।। ଯେଉଁଠି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ  ହେଉଛି ରାସ୍ତାକାମ । ମାତ୍ର କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ସେପଟେ କିନ୍ତୁ ବିଭାଗୀୟ  ଜେଇ କାମ ଠିକ ହୋଇଛି ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି । ମାତ୍ର ଆପଣ ଦେଖନ୍ତୁ ଏରାସ୍ତାର ଅବସ୍ଥା । ରାସ୍ତାରେ ହାତ ମାରିଲେ ଖଣ୍ଡ ଖଣ୍ଡ ପିଚୁ ବାହାରି ଜାଉଛି । ତେବେ ଏପରି କାମ ହେବା ସତ୍ତ୍ୱେ ମଧ୍ୟ କିପରି ଜେଇ କାମ ଠିକ ଚାଲିଛି ବୋଲି କହୁଛନ୍ତି । ଏହା ସାଧାରଣରେ ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଏହା କୌଣସି ପ୍ରଭାବଶାଳୀ ନେତାଙ୍କ ଚାପ  ନା ମାତ୍ରାଧିକ୍ୟ ପିସି ଲୋଭରେ ବିଭାଗୀୟ ଜେଇ କାମ ଠିକ୍ ହେଉଛି ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି  ତାହା ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular