ନୂଆଦିଲ୍ଲୀ: ସାଉଥ ଇଣ୍ଡଷ୍ଟ୍ରିରେ ଦେବତାର ମାନ୍ୟତା ପାଇଥିବା ମେଗାଷ୍ଟାର୍ ରଜନୀକାନ୍ତ ଶନିବାର ନିଜ ୭୦ତମ ଜନ୍ମଦିନ ପାଳନ କରୁଛନ୍ତି। ରଜନୀକାନ୍ତ ନିଜ ଷ୍ଟାଇଲ୍ ଏବଂ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ଖାସ୍ ସ୍ଥାନ ସୃଷ୍ଟି କରିଛନ୍ତି। ଦେଶବ୍ୟାପି ତାଙ୍କ ଫ୍ୟାନ୍ ଫଲୋଇଂ ଅଛନ୍ତି। ଖାସ୍ କଥା ହେଉଛି ଏହା ଯେ ପ୍ରତି ଜେନେରେସନ ପାଇଁ ସେ ରୋଲ୍ ମଡେଲ୍ ରହିଛନ୍ତି ଏବଂ ତାଙ୍କୁ ଲୋକଙ୍କ ଭରପୂର ସ୍ନେହ ମିଳିଛି।

ଆଜି ଏହି ଖାସ୍ ଅବସରରେ ମଧ୍ୟ ରଜନୀକାନ୍ତଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ କେତେକ ଷ୍ଟାର୍ ରଜନୀକାନ୍ତଙ୍କୁ ଶୁଭ କାମନା ଜଣାଇଛନ୍ତି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟରରେ ରଜନୀକାନ୍ତଙ୍କୁ ଓ୍ବିଶ୍ କରି ଲେଖିଛନ୍ତି ଯେ- ପ୍ରିୟର ରଜନୀକାନ୍ତ ମହାଶୟ,ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା। ଭଗବାନ କରନ୍ତୁ ଆପଣ ସବୁବେଳେ ସୁସ୍ଥ ରୁହନ୍ତୁ ଏବଂ ଦୀର୍ଘାୟୁ ହୁଅନ୍ତୁ।

ଏହା ବ୍ୟତୀତ ଦିଗ୍ଗଜ ମ୍ୟୁଜିକ୍ କମ୍ପୋଜର ଏ ଆର ରେହମାନ ଏହି ଅବସରରେ ଲେଖିଛନ୍ତି ଯେ- ସୁପରଷ୍ଟାର୍ ରଜନୀକାନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକଙ୍କ ତରଫରୁ ଏହି CDP ଜାରି କରି ସେ ବହୁତ ଖୁସି ଏବଂ ସମ୍ମାନିତ ଅନୁଭବ କରୁଛନ୍ତି।



Visitors Today : 21
Total Visitors : 130489
Total Views : 9892031
Visitors Online Now : 0