spot_img

ସଚିନଙ୍କୁ ପଛରେ ପକାଇଲେ କୋହଲି

ସିଡନୀ: ବିରାଟ କୋହଲିଙ୍କ ରେକର୍ଡ ବୁକରେ ଆଉ ଏକ ସଫଳତା ଯୋଡି ହୋଇଯାଇଛି । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ୮୩ ବଲ ଖେଳି ମୋଟ ୮୯ ରନ ସଂଗ୍ରହ କରିଥିଲେ ବିରାଟ କୋହଲି । ଏହା ସହ ଦ୍ରୁତତମ ୨୨,୦୦୦ ଅନ୍ତର୍ଜାତୀୟ ରନ ପୂରଣ କରିବାର ରେକର୍ଡ କରିଛନ୍ତି । ଏହି ରେକର୍ଡ ସହ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ବିରାଟ ୨୨,୦୦୦ ରନ ଛୁଇଁବା ପାଇଁ ୪୬୨ ଇନିଂସ ନେଇଥିଲେ । ଅନ୍ୟପଟେ ସଚିନ ତେନ୍ଦୁଲକର ୪୯୩ ଇନିଂସରେ ଏହି ରେକର୍ଡ କରି ପାରିଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular