ବଡ଼ବିଲ: ବଡ଼ବିଲରେ ‘ଭାରତୀୟ ନାଈ ବାରିକ ସମାଜ’ର ନୂତନ କର୍ମକର୍ତା ଚୟନ କରାଯିବା ସହ ସଂଗଠନକୁ ପଞ୍ଜିକୃତ କରାଯାଇଛି । ସଭାପତି ଭାବେ ରୂପଲାଲ ଶର୍ମା, ସଂପାଦକ ମନ୍ମଥ କୁମାର ବାରିକ ଏବଂ କୋଷାଧ୍ୟକ୍ଷ ଭାବେ ଅନୁ ଠାକୁରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ସଂଗଠନରେ ମୋଟ ୨୬୨ ଜଣ ବାରିକ ସାମିଲ ହୋଇଛନ୍ତି । ବାରିକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଜନମଙ୍ଗଳ କାର୍ୟ୍ୟ ହାତକୁ ନିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ଅବସରରେ ଆଜି ସଂଘ ପକ୍ଷରୁ ରୋଗୀଙ୍କୁ ଫଳ ପ୍ୟାକେଟ୍ ବଂଟନ କରାଯାଇଛି । ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସଂଘର କର୍ମକର୍ତାମାନେ ସେଠାରେ ଥିବା ରୋଗୀ ମାନଙ୍କୁ ଫଳ ପ୍ୟାକେଟ୍ ଏବଂ ପାଣି ବୋତଲ ବଣ୍ଟନ କରିଥିଲେ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0