spot_img

ବିରାଟ କୋହଲିଙ୍କ ଫର୍ମକୁ ନେଇ ଚିନ୍ତାରେ ଭାରତୀୟ ଦଳ

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ତେବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ମଧ୍ୟ ଏବେ ଭାରତୀୟ ଦଳର ଚିନ୍ତା ବଢାଇଛି । କୋହଲି ଗତ ୧୪ ମାସ ଧରି ବଡ ଇନିଂଶ ଖେଳିବାରେ ବିଫଳ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ସେ ୬୯ ମିନିଟରେ କ୍ରିଜରେ ଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ଉତ୍ସାହ ଜନକ ନଥିଲା । ସେ ୪୮ ଟି ବଲ ଖେଳି ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ଅନ୍ୟପଟେ ପଟେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ପ୍ରଥମ ମ୍ୟାଚ ଖେଳି ସେ ପୈତୃକ ଛୁଟିରେ ରହିଥିଲେ । ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ତାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ହେବ ବୋଲି ଖେଳବିଶେଷଜ୍ଞ ଅନୁମାନ କରୁଥିଲେ । କିନ୍ତୁ ଭାରତ ମାଟିରେ ତାଙ୍କର ଏଭଳି ପ୍ରଦର୍ଶନ କ୍ରିଡା ପ୍ରେମୀଙ୍କ ମଧ୍ୟରେ ଏକ ଶକ୍ତ ଝଟକା ଦେଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular