spot_img

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ । ମୃତ୍ୟୁ ସଂଖ୍ୟା ୧୯ କୁ ବୃଦ୍ଧି ପାଇଥିବା ବେଳେ ୧୭୦ ଜଣଙ୍କ ପତ୍ତା ମିଳୁନି । ଗତକାଲି ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ବରଫ ଅତଡା ଖସି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି । ଏହି ଭୟଙ୍କର ହିମସ୍ଖଳନରେ ଏବେ ବି ୧୭୦ ଲୋକ ନିଖୋଜ ଅଛନ୍ତି । ସ୍ଥାନୀୟ ପ୍ରଶାସନ ଓ ସେନାପକ୍ଷରୁ ମିଳିତ ଭାବେ ଯୁଦ୍ଧକାଳୀନ ଭତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତୁ୍ୟ ସଂଖ୍ୟା ବଢିବା ଆଶଙ୍କା ରହିଛି । ଉକ୍ତ ସମୟରେ ଏନଟିପିସି ପ୍ଲାଣ୍ଟରେ ୧୦୦ ରୁ ଅଧିକ ଲୋକେ କାମ କରୁଥିଲେ । ଗତକାଲି ଘଟଣାସ୍ଥଳରୁ ୧୦ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ବିଳମ୍ବିତ ରାତିରେ ଜଳସ୍ତର କମିବ ପରେ ସେମାନଙ୍କୁ ଉଦ୍ଧାର ଲାଗି ଇଞ୍ଜିନିୟରିଂ ୱିଙ୍ଗର ୪୦ ଯବାନ ଅପରେସନ ଆରମ୍ଭ କରିଛନ୍ତି । ଆଇଟିବି, ଏନଡିଆରଏଫ ଏବଂ ବାୟୁ ସେନାର ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular