spot_img

ମାରଣାସ୍ତ୍ର ଦେଖାଇ ଲୁଟ୍

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ପଥରଗଡ ନିକଟରେ ମାରଣାସ୍ତ୍ର ଦେଖାଇ ଲୁଟ୍ ହୋଇଛି । ସୋମବାର ବିଳମ୍ବିତ ରାତିରେ ମୁଖା ପିନ୍ଧା ୬ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ବାଇକ, ଟଙ୍କା ଏବଂ ଅନ୍ୟ କିଛି ଜିନିଷ ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଆର.ଉଦୟଗିରି ଥାନା ପୁରୁଣାଢିଆ ଗାଁର ତ୍ରିଲୋଚନ ଭୂୟାଁ ଓ ପଟାଚାଞ୍ଚଡା ଗାଁର ଜଳେଶ୍ବର ରଇତ ସୋମବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟାରେ ବାଇକରେ ବ୍ରହ୍ମପୁରରୁ ଆର.ଉଦୟଗିରି ଫେରୁଥିଲେ । ପଥରଗଡ ନିକଟରେ ୬ ଜଣ ମୁଖା ପିନ୍ଧି ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ଏଥିସହ ସେମାନଙ୍କଠାରୁ ବାଇକ୍, ୮ ହଜାରରୁ ଅଧିକ ଟଙ୍କା, ମୋବାଇଲ , ଏଟିଏମ କାର୍ଡ ସମେତ କାଗଜପତ୍ର ଲୁଟିନେଇଥିଲେ । ଏସମ୍ପର୍କରେ ମଙ୍ଗଳବାର ମୋହନା ଥାନାରେ ଅଭିଯୋଗ କରିଛନ୍ତି ତ୍ରିଲୋଚନ ।

ଏହାର କିଛି ସମୟ ପରେ ଦୁର୍ବୃତ୍ତମାନେ ତଲାସିଙ୍ଗ ଗାଁର ତୁଳସୀ ନାୟକଙ୍କ ଘରେ ପଶି ୨ ତୋଳା ସୁନା ସହ ୨୦ ହଜାର ଟଙ୍କା ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular