spot_img

ନେତାଜୀ ଜୟନ୍ତୀରେ ଶକ୍ତି ପ୍ରଦର୍ଶନ କଲେ ମମତା ବାନାର୍ଜୀ

କଲିକତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଦୀର୍ଘ ୯ କିଲୋମିଟର ବ୍ୟାପି ପଦଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି ମମତା ବାନାର୍ଜୀ । ତେବେ ଶ୍ୟାମ ବଜାରରୁ ରେଡ୍ ରୋଡ୍ ପର୍ୟ୍ୟନ୍ତ ରୋଡ୍ ସୋ ଆରମ୍ଭ କରିଛନ୍ତି । ଏହି ରୋଡ୍ ସୋରେ ତମାମ ଟିଏମସି ନେତାଙ୍କ ସହିତ ହଜାର ହଜାର ଜନସାଧାରଣ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେନେତାଜୀ ଜୟନ୍ତୀକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ଜୋର୍ ଧରିଛି । କେନ୍ଦ୍ର ସରକାର ଏହି ଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିବାବେଳେ ପଶ୍ଚିମବଙ୍ଗର ମମତା ସରକାର ଏହାକୁ ଗ୍ରହଣ କରିନି । ପଶ୍ଚିମବଙ୍ଗରେ ଏହାକୁ ଦେଶନାୟକ ଦିବସ ଭାବେ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular