ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ମୁତୟନ ହୋଇଥିବା ୧୫୦ରୁ ଅଧିକ ସୁରକ୍ଷାକର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସୂଚନା ଆମେରିକାର ଜଣେ ଅଧିକାରୀ ଦେଇଛନ୍ତି। ରାଷ୍ଟ୍ରପତି ଭାବରେ ଜୋ ବାଇଡେନ ଶପଥ ଗ୍ରହଣ କରିବା ପୂର୍ବରୁ ଜାନୁଆରି ୬ରେ କ୍ୟାପିଟଲ ହିଲରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଆନ୍ଦୋଳନ କରିଥିଲେ। ଭଙ୍ଗାରୁଜା ସହ କିଛି ଲୋକଙ୍କ ମୃତ୍ୟୁ ହେବା ପରେ ବାଇଡେନଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜାନୁଆରି ୨୦ରେ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତେବେ ଏହି ସମୟ ମଧ୍ୟରେ ସୁରକ୍ଷା ଦାୟିତ୍ବରେ ଥିବା ୧୫୦ରୁ ଅଧିକ ସୁରକ୍ଷାକର୍ମୀଙ୍କ କରୋନା ରିପୋର୍ଟ ଏବେ ପଜିଟିଭ ଆସିଛି। ତେବେ ହ୍ବାଇଟ ହାଉସ ବାହାରେ ସୁରକ୍ଷା ପାଇଁ ୨୫ହଜାରରୁ ଅଧିକ ସୈନିକ ମୁତୟନ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଜଣାପଡ଼ିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0