ଭୁବନେଶ୍ଵର: ବିନା ଅନୁମତିରେ ଲୋୟର ପିଏମଜିରେ ବିକ୍ଷୋଭ କରିବା କାର୍ଯ୍ୟକର୍ତ୍ତା ମାନଙ୍କୁ ପଡିଛି ମହଙ୍ଗା । ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରତ୍ୟାହାର କରିବା ଦାବି ନେଇ ବିଧାନସଭା ଅଭିମୁଖେ ଧସେଇ ପଶିବା ସମୟରେ ଏବିଭିପି କର୍ମକର୍ତ୍ତାକୁ ପୋଲିସ ଉଠେଇ ନେଇଛି । ପାଖାପାଖି ୨୦ ଜଣ କର୍ମକର୍ତ୍ତାଙ୍କୁ ଉଠେଇ ନେଇଛି ପୋଲିସ । ରାଜନୀତିକ, ଧର୍ମ ସମ୍ବଧୀୟ ଏକତ୍ରିତ ହେବା ପାଇଁ ମନା ହୋଇଛି । ନିୟମ ଭାଙ୍ଗିଥିବାରୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଭୁବନେଶ୍ୱର ଡିସିପି କହିଛନ୍ତି। ବିଶ୍ଵବିଦ୍ୟାଳୟ ଅଧିନିୟମକୁ ନେଇ ରାଜ୍ୟସାରା ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବିଭିପି ଦ୍ଵାରା ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0