spot_img

କଥାବାର୍ତ୍ତା କରି ସୀମା ବିବାଦର ସମାଧାନ ବାହାର କରିବ ଚୀନ୍‌: ୱାଙ୍ଗ୍ ଇ

ଏଲଏସି ରେ ଚୀନର ଚାଲବାଜି ଜାରି ରହିଛି । ଗୋଟେ ପଟେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାବଳେ ଭାରତୀୟ ସେନା ତା’ର ଏହି ପ୍ରାୟାସକୁ ପଣ୍ଡ କରିଦେଇଥିଲା । ଆଉ ଅନ୍ୟପଟେ ଚୀନ୍ ବିଶ୍ୱ ଶାନ୍ତି ପାଇଁ ନାରାବାଜି କରୁଛି । ଚୀନ୍ ଷ୍ଟେଟ୍ କାଉନସିଲ ଓ ବିଦେଶ ମନ୍ତ୍ରୀ ୱାଙ୍ଗ୍ ଇ ନିଜର ଫ୍ରାନ୍ସ ଯାତ୍ରା ସମୟରେ କହିଛନ୍ତି କି ଚୀନ୍‌, ଭାରତୀୟ ସୀମାରେ ସ୍ଥିରତା ବଜାୟ ରଖିବାକୁ ପ୍ରତିବଦ୍ଧ । ଚାଇନା ସରକାରଙ୍କ ମୁଖପାତ୍ର ଗ୍ଲୋବାଲ ଟାଇମ୍‌ସକୁ କହିଛନ୍ତି କି ଚୀନ ଓ ଭାରତ ମଧ୍ୟରେ ଏବେ ମଧ୍ୟ ସୀମାଙ୍କନ କରାଯାଇନାହିଁ । ତେଣୁ ସମସ୍ୟା ଉଠୁଛି । ଚୀନ ନିଜର ଅଖଣ୍ଡତାକୁ ବଜାୟ ରଖିବା ସହ ଭାରତ ପକ୍ଷର ସମସ୍ତ ଦାବିର ନିଷ୍କର୍ଷ ପାଇବାକୁ ମଧ଼୍ୟ ଚେଷ୍ଟା କରିବ । ଆପୋଷ କଥାବାର୍ତ୍ତା ମାଧ୍ୟମରେ ଏହି ସମସ୍ୟାର ସମାଧାନ ବାହାର କରାଯିବ ବୋଲି ୱାଙ୍ଗ କହିଛନ୍ତି । ସୂଚନା ଅନୁସାରେ ଅଗଷ୍ଟ ୨୯ ଓ ୩୦ ତାରିଖ ରାତିରେ ପ୍ରାୟ ୨୦୦ ଚୀନ ସୈନିକ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଭାରତୀୟ ସେନା ସେମାନଙ୍କୁ ପଛକୁ ହଟିବାକୁ ବାଧ୍ୟ କରିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular