spot_img

କାହିଁକି ଜୁନ୍ ୨୧ରେ ପାଳନ କରାଯାଏ ଆନ୍ତର୍ଜାତିକ ଯୋଗ ଦିବସ, ଜାଣନ୍ତୁ ସଂସ୍କୃତି ସହ କ’ଣ ରହିଛି ସଂଯୋଗ

ପ୍ରତ୍ୟେକ ବର୍ଷ ଜୁନ୍ ୨୧ ରେ ଯୋଗ ଦିବସ ପାଳନ କରାଯାଏ । ଏହି ଯୋଗ ଦିବସକୁ ପ୍ରଥମେ ଆର୍ନ୍ତଜାତିକ ସ୍ତରରେ ୨୦୧୫ ମସିହା ଜୁନ୍ ୨୧ ତାରିଖରେ ପାଳନ କରାଯାଇଥିଲା । କିନ୍ତୁ ଏହା ପୂର୍ବରୁ ଭାରତରେ ୫ହଜାର ବର୍ଷ ପୂର୍ବରୁ ପାଳନ କରାଯାଉଛି । ଯୋଗ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମନରେ ଯୋଗ ପ୍ରତି ଇଛାଶକ୍ତି ଜାଗ୍ରତ କରାଇବା । କାରଣ ଯୋଗ କରିବା ଦ୍ୱାରା ବ୍ୟକ୍ତି ମାନସିକ ଏବଂ ଶାରୀରିକ ରୁପେ ସୁସ୍ଥ ରହିଥାଏ । କିନ୍ତୁ ଯୋଗକୁ ନେଇ କେବେ ଆପଣଙ୍କ ମନରେ ପ୍ରଶ୍ନ ଆସିଛି କି କାହିଁକି ଜୁନ୍ ୨୧ରେ ପାଳନ କରାଯାଏ ଆର୍ନ୍ତଜାତୀୟ ଯୋଗ ଦିବସ ? ଯଦି ହଁ ତେବେ ଆଜି ଆମେ ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ନିଶ୍ଚିତ ଜଣାଇବୁ । ତେବେ ଆସନ୍ତୁ ଜାଣିବା କାହିଁକି ପାଳନ କରାଯାଏ ଆର୍ନ୍ତଜାତିକ ଯୋଗ ଦିବସ ।

yoga 2
ଭାରତରେ ଏହି ସାଧନା ପ୍ରାଚୀନ କାଳରୁ ହୋଇଆସୁଛି । ଏହାର ଜନକ ହେଉଛନ୍ତି ମହର୍ଷି ପତଞ୍ଜଳୀ । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ ଅର୍ଜୁନଙ୍କୁ ବିଭିନ୍ନ ପ୍ରକାର ଯୋଗ କରିବା ପାଇଁ ଉପଦେଶ ଦେଇଥିଲେ । କାରଣ ଯୋଗ କରିବା ଦ୍ୱାରା ବ୍ୟକ୍ତି ଶକ୍ତିଶାଳୀ ରହିଥାନ୍ତି । ଭାରତୀୟ ସଂସ୍କୃତି ଅନୁଯାୟୀ ଗ୍ରୀଷ୍ମ ସଂକ୍ରାନ୍ତି ପରେ ସୂର୍ଯ୍ୟ ଦକ୍ଷିଣାୟନ ହୋଇଥାନ୍ତି । ୨୧ ଜୁନକୁ ବର୍ଷର ସବୁଠାରୁ ବଡ ବୋଲି କୁହାଯାଇଥାଏ । ଏହିଦିନ ସୂର୍ଯ୍ୟ ଜଲଦି ଉଦୟ ହୋଇ ଡେରିରେ ଅସ୍ତ ହୋଇଥାନ୍ତି । ଏହିକାରଣରୁ ୨୧ଜୁନ୍ ଅର୍ଥାତ ଆସନ୍ତାକାଲି ପାଳନ କରାଯାଏ ଅନ୍ତରଷ୍ଟ୍ରୀୟ ଯୋଗ ଦିବସ ।

yoga
ସୂଚନା ମୁତାବକ ଚଳିତ ବର୍ଷ ପରି ଏଥର ମଧ୍ୟ ଯୋଗ ଦିବସ ପାଳନ କରାଯିବ । କିନ୍ତୁ ଟିକିଏ ଅଲଗା ଢଙ୍ଗରେ । କାରଣ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଘରେ ପରିବାର ସଦସ୍ୟଙ୍କ ସହ ଯୋଗ ଦିବସ ପାଳନ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular