spot_img

ସୁଶାନ୍ତଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ତାଙ୍କର ଏହି ସାଙ୍ଗ, ଫଟୋ ସେୟାର କରି ହୋଇଗଲେ ଭାବ ବିହୋଳ

ବଲିଉଡର ମୋଷ୍ଟ ପପୁଲାର୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଆଜିବି ଅବିଶ୍ୱାସନିୟ । ଆଜି ବି ତାଙ୍କର ମୃତ୍ୟୁକୁ ନେଇ କେହି ବି ବିଶ୍ୱାସ କରିପାରୁନାହାନ୍ତି । ତାଙ୍କର ସାଙ୍ଗସାଥୀ ହୁଅନ୍ତୁ କିମ୍ବା ପରିବାର ସଦସ୍ୟ ଆଜି ସମସ୍ତେ ଝୁରୁଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କୁ । ଏନେଇ ସୁଶାନ୍ତଙ୍କ କ୍ରିଏଟିଭ୍ ମ୍ୟାନେଜର ସିଦ୍ଧାର୍ଥ ପିଠାନି ସୁଶାନ୍ତଙ୍କ ସହ ବିତେଇଥିବା କିଛି ମୁହୂର୍ତ୍ତର ଫଟୋ ସେୟାର କରିଛନ୍ତି । ସିଦ୍ଧାର୍ଥ ସେୟାର କରଥିବା
ଫଟୋରେ ସୁଶାନ୍ତଙ୍କ ସହ ତାଙ୍କର ଆଉ ଜଣେ ସାଙ୍ଗମଧ୍ୟ ଅଛନ୍ତି ।

ଏହି ଫଟୋରେ ସୁଶାନ୍ତଙ୍କ ହାତରେ ଥିବା ମୋବାଇଲରେ ତିନିଜଣ ମିଶି କିଛି ଦେଖୁଥିବାର ନଜର ଆସିଛି। ସୋସିଆଲ ମିଡିଆରେ ଏହି ଫଟୋଟି ସେୟାର କରିବା ସହ ସିଦ୍ଧାର୍ଥ ଲେଖଛନ୍ତି, ଆମେ ଆମର ଘରକୁ ଯିବାପାଇଁ ଅପେକ୍ଷା କରିଥିବା ସମୟରେ ତୁମେ ଫୋନରେ କେତେ ଭିଡିଓ ଦେଖୁଥିଲ । ଯେମିତି ମଚଂରେ ତୁମର ସେ ଲାଇଭ ପଫୋମାନ୍ସ, ସୁପର ମେସିଭ୍ ବ୍ଲାକ୍ ହୋଲ, କ୍ରିକେଟ ମ୍ୟାଚର ଏକ ଡକ୍ୟୁମେଣ୍ଟ୍ରୀ ଏଭଳି ଅନେକ କିଛି ଭିଡିଓ ତୁମେ ଦେଖିଚାଲିଥିଲ । ତୁମେ ଖାଲି ଜଣେ ବନ୍ଧୁ ନୁହଁ ବରଂ ମୋ ପାଇଁ ଜଣେ ଭଲସାଙ୍ଗ,ଭାଇ ଏବଂ ମେଣ୍ଟର ଥିଲ। ମୁଁ ଏବେ ବି ବିଶ୍ୱାସ କରିପାରୁନି ଆପଣ ଆଉ ଦୁନିଆରେ ନାହାନ୍ତି ବୋଲି । ସୁଶାନ୍ତ ସାର୍ ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ।
ଋିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ସୁଶାନ୍ତଙ୍କ ସାଙ୍ଗ ଜାଣିବା ପରେ ପଚରା ଉଚରା ଆରମ୍ଭ କରିଛି । ଏନେଇ ସେ ଗତ ଅକ୍ଟୋବର ୨୦୧୯ରୁ ଜାନୁଆରୀ ୨୦୨୦ ପର୍ୟ୍ୟନ୍ତ ସୁଶାନ୍ତଙ୍କ ସହ ନଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular