spot_img

ଲେଉଟୁଛି ଶୀତ, ୫ ଡିଗ୍ରି ତଳକୁ ଖସିଲା ପାରଦ

ଭୁବନେଶ୍ବର : ୧୦ ଦିନର ବ୍ୟବଧାନ ପରେ ଶୀତ ଲେଉଟିଛି। ଆଭ୍ୟନ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ଆଖିଦୃଶିଆ ହ୍ରାସ ଘଟିଛି। ୧୨ଟି କେନ୍ଦ୍ରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ରେକର୍ଡ ହୋଇଛି। ଏଥିମଧ୍ୟରୁ ଝାରସୁଗୁଡ଼ାଠାରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ଓ ଫୁଲବାଣୀଠାରେ ୯.୫ ଡିଗ୍ରି ରେକର୍ଡ ହୋଇଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ଅଧିକ ହ୍ରାସ ଘଟିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ ଦୁଇ ଦିନରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ ହ୍ରାସ ଘଟିଛି। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନର ପାରଦ ୨ରୁ ୩ ଡିଗ୍ରି ପର୍ୟ୍ୟନ୍ତ ନିମ୍ନଗାମୀ ହୋଇଛି। ଆସନ୍ତା ୨ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆହୁରି ୩ ଡିଗ୍ରି ପର୍ୟ୍ୟନ୍ତ ହ୍ରାସ ଘଟିବ। ୨ ଦିନରେ ଉତ୍ତର-ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଶୀତ ଲହରି ପରିସ୍ଥିତି ବି ଉପୁଜିପାରେ। ରାଜ୍ୟକୁ ଏବେ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ଉତ୍ତରା ପବନ ପ୍ରବାହ ଆରମ୍ଭ ହୋଇଯିବ। ଏହାର ପ୍ରଭାବ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଉପରେ ଅଧିକ ରହିବ ଓ ଏଠାରେ ଶୀତର ପ୍ରକୋପ ଅନୁଭୂତ ହେବ। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଆସନ୍ତା ୨ ଦିନରେ ଆହୁରି ୩ ଡିଗ୍ରି ପର୍ୟ୍ୟନ୍ତ ଖସିପାରେ। ତେଣୁ ଶୀତ ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular