spot_img

ବନ୍ଦ ହେଲା ଆଇଆଇଟି ମାଡ୍ରାସ

ନୂଆଦିଲ୍ଲୀ: କିଛି ଦିନ ପାଇଁ ବନ୍ଦ ହେଲା ଆଇଆଇଟି ମାଡ୍ରାସ । ଭାରତୀୟ ପ୍ରାଦ୍ୟୋଗିକି ସଂସ୍ଥାନ ମାଡ୍ରାସକୁ କିଛିଦିନ ପାଇଁ ବନ୍ଦ କରି ଦିଆଯାଇଛି । ଏଠାରେ ୧୦୦ରୁ ଅଧିକ ବିଦ୍ୟାର୍ଥୀ କରୋନାରେ ପୀଡିତ ହେବା ଜଣାପଡିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ତାମିଲନାଡୁର ସ୍ୱାସ୍ଥ୍ୟ ସଚିବଙ୍କ ସୂଚାନ ଅନୁଯାୟୀ, ଆଇଆଇଟି ମାଡ୍ରାସରେ ୧୦୪ ଛାତ୍ର ଓ ଅନ୍ୟ କର୍ମଚାରୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସୋମନଙ୍କୁ ଚିକିସ୍ôା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆଇଆଇଟିର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଆଇଆଇଟିର ସମସ୍ତ ବିଭାଗ ଓ ଲ୍ୟାବକୁ ବନ୍ଦ କରି ଦିଆଯାଇଛି । ଏବେ କେବଳ ୭ଶହ ଛାତ୍ର ଛାତ୍ରବାସରେ ରହିଛନ୍ତି । ଆଉ ସମସ୍ତଙ୍କ ପାଇଁ ଅନଲାଇନ କ୍ଲାସ ଚାଲିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular