spot_img

ମାଲ ବୋଝେଇ ଟ୍ରେନ ଧକ୍କାରେ ମାଈ ହାତୀର ମୃତ୍ୟୁ

ରାଉରକେଲା : ଓଡ଼ିଶା -ଝାରଖଣ୍ଡ ସୀମାନ୍ତ ବିଶ୍ରା ଜରେଇକେଲା ଓ ମନୋହରପୁର ମଝିରେ ଏକ ମାଲ ବୋଝେଇ ଟ୍ରେନ ଧକ୍କାରେ ମାଈ ହାତୀର ମୃତ୍ୟୁ ହୋଇଛି l ହାତୀ ମୃତ୍ୟୁକୁ ନେଇ ସ୍ଥାନୀୟ ବାସିନ୍ଦା ରେଳରୋକ କରିଥିଲେ lପ୍ରାୟ ତିନି ଘଣ୍ଟା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା l

dead

ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଆଡୁ ଝାଡ଼ଖଣ୍ଡ ଚକ୍ରଧରପୁର ଆଡକୁ ଏକ ମାଲ ବୋଝେଇ ଟ୍ରେନ ଯାଉଥିଲା । ଝାଡ଼ଖଣ୍ଡ ଜରେଇକେଲା ରେଳ ଷ୍ଟେସନ ପରେ ହାତୀ ପଲ ରେଳ ଧାରଣା ଅତିକ୍ରମ କରୁଥିବା ସମୟରେ ମାଲ ବୋଝେଇ ଟ୍ରେନ ହାତୀକୁ ଧକ୍କା ଦେଇଥିଲେ । ଟ୍ରେନ ଧକ୍କାରେ ମାଈ ହାତୀର ମୁତ୍ୟୁ ଘଟିଛି ।

ଏହାପରେ ସ୍ଥାନୀୟ ଲେକେ ରାସ୍ତାରୋକ କରି ମାଲଗାଡ଼ିକୁ ଅଟକାଇଥିଲେ। ମାତ୍ର ଦୁର୍ଘଟଣା ଘଟାଇବା ପରେ ମାଡ଼ ଭୟରେ ମାଲ ଗାଡିର ଡ୍ରାଇଭର ଓ ଗାର୍ଡ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେl ରେଳ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା l ପ୍ରାୟ ତିନି ଘଣ୍ଟା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା l ସରଣ୍ଡା ବନଖଣ୍ଡ ଅଧିକାରୀ ପହଞ୍ଚି ମୃତ ହାତୀ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଥିବାର ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here

- Advertisment -

Most Popular