spot_img

ସ୍ୱାଭାବିକ ହେଉଛି ସ୍ଥିତ: ଶନିବାରଠାରୁ ଲୋକାଲ ଟ୍ରେନରେ ଯାତ୍ରା କରିବେ ମହିଳା

ମୁମ୍ବାଇ: ଆସନ୍ତା କାଲି ତଥା ଶନିବାରଠାରୁ ମୁମ୍ବାଇ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ ମହିଳା । ଏନେଇ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମାତ୍ର ଏନେଇ କେତେକ ସର୍ତ୍ତ ଜାରି କରିଛନ୍ତି ରାଜ୍ୟ ସରକାର । ଏହି ସେବା ୨ଟି ସୋପାନରେ ହେବ । ପ୍ରଥମେ ସକାଳ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟଟି ସନ୍ଧ୍ୟା ୭ଟାରୁ ଟ୍ରେନ ଚାଲିବାର ଶେଷ ସମୟ ପର୍ଯ୍ୟନ୍ତ ରହିବ ବୋଲି ନିଷ୍ପତ୍ତି ହୋଇଛି । ଏହି ସେବା ମୁମ୍ବାଇ ଏବଂ ଏମଏମଆର ଅଞ୍ଚଳରେ ଜାରି ରହିବ । ମହିଳାମାନେ ଯାତ୍ରା କରିବା ପାଇଁ କ୍ୟୁଆର କୋଡର ଆବଶ୍ୟକତା ରହିବ ନାହିଁ । ସେମାନେ ବୈଧ ଟିକେଟ ସାହାଯ୍ୟରେ ଯାତ୍ରା କରିପାରିବେ । ମାର୍ଚ୍ଚ ମାସରୁ କରୋନା ପାଇଁ ଏହି ସେବା ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular