spot_img

୫୦ ହଜାର ପୂଜା ଅନୁଦାନର ୭୫ % କୋଭିଡ-୧୯ ଉପକରଣ ବାବଦରେ ହେବ ଖର୍ଚ୍ଚ: ହାଇକୋର୍ଟ

କଲିକତା : ପଶ୍ଚିମବଙ୍ଗ ସରକାର ମଞ୍ଜୁର କରିଥିବା ୫୦ ହଜାର ଟଙ୍କା ପୂଜା ଅନୁଦାନର ୭୫ ପ୍ରତିଶତରେ କୋଭିଡ ସୁରକ୍ଷା ଉପକରଣ କିଣାଯିବ । ବାକି ୨୫ ପ୍ରତିଶତ ଜନସାଧାରଣ ଓ ପୁଲିସ୍ ସମ୍ପର୍କ ସୃଦୁଢ କରିବା ପାଇଁ ଖର୍ଚ୍ଚ କରାଯିବ । ଏନେଇ କାଲକାଟା ହାଇକୋର୍ଟ ଦୁର୍ଗାପୂଜା କମିଟି ଆୟୋଜକମାନଙ୍କୁ କହିଛନ୍ତି । ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ଅରିଜିତ ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି ଯେ, ଦୁର୍ଗାପୂଜା କମିଟିମାନଙ୍କୁ ରାଜ୍ୟ ଦେଇଥିବା ଅର୍ଥ ଅନ୍ୟ ଉଦେଶ୍ୟରେ ଖର୍ଚ୍ଚ କରାଯାଇ ପାରିବନାହିଁ । ଅଡିଟ୍ ନିମନ୍ତେ ପର୍ଚେଜ ବିଲ୍ ସମ୍ପୃକ୍ତ ଜିଲ୍ଲାରେ ଥିବା କର୍ତ୍ତୁପକ୍ଷମାନଙ୍କ ପାଖରେ ଦାଖଲ କରିବାକୁ ପଡିବ । ରାଜ୍ୟରେ ଥିବା ୩୬,୯୪୬ଟି ଦୁର୍ଗାପୂଜା କମିଟି ନିମନ୍ତେ ସେପ୍ଟେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular