ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ୟ୍ୟାଳୟ ରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ । ଆତ୍ମହୁତି କରୁଥିବା ମହିଳା ଜଣକ ହେଲେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅକ୍ଷୟ ରାଉତ ଙ୍କ ପତ୍ନୀ ଅନିମା ରାଉତ । ଆଜକୁ ଚାରିମାସ ପୂର୍ବରୁ ଏକ ଚକ ଜମି ବିକ୍ରି କରିବାକୁ ନେଇ ତହସିଲଦାର ଙ୍କ ପାଖକୁ ଆସୁଥିଲେ ତହସିଲଦାର ଅନିମାକୁ ସିଧାସଳଖ ମନା କରି କହି ଥିଲେ ଯେ ତୁମେ ଉପଜିଲ୍ଲାପାଳ ଙ୍କ ଠାରୁ ଅଡର ଆଣିକି ଆସ ତାହେଲେ ମୁ ତୁମ କାମ କରିବି । ଅନିମା ତାର ପୁଅ ଦୁହିଁଙ୍କୁ କିପରି ଉଚ୍ଚ ଶିକ୍ଷା ଦେବ ସେ ନେଇ ସେ ପଇସା ପାଇଁ ବହୁତ ଚିନ୍ତିତ ଥିଲେ, । ତେଣୁ ସେ ଉପଜିଲ୍ଲାପାଳ ଙ୍କ ଠାରୁ ଚକ ଜମି ବିକିବାପାଇଁ ଅଡର ଆଣିକି ତହସିଲଦାର ଙ୍କୁ ଦେଇଥିଲେ । ପରେ ତାଙ୍କ କାମ ହେବନାହିଁ ବୋଲି ତହସିଲଦାର ମନା କରିବାରୁ ସେ ମହିଳା ଜଣକ ତହସିଲ କାର୍ୟ୍ୟାଳୟ ଭିତରେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରବାର ଉଦ୍ୟମ କରିଥିଲେ, ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରି ମହିଳାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ଅନ୍ୟପଟେ ତହସିଲ କ୍ଷମତା ବାହାରେ ଥିବାରୁ ଏଭଳି ବିଳମ୍ବ ହୋଇଛି ବୋଲି ତହସିଲଦାର କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0