ନୂଆଦିଲ୍ଲୀ: ବିଶ୍ୱ ହାଫ୍ ମାରାଥନରେ କାଣ୍ଡିଙ୍କ ନୂଆ ରେକର୍ଡ । ସ୍ପେନର ଭାଲେନସିଆରେ କେନିଆର କିବିଓଟ୍ କାଣ୍ଡି ବିଶ୍ୱ ପୁରୁଷ ହାଫ୍ ମାରାଥାନରେ ନୂଆ ରେକର୍ଡ କ୍ରତିଷ୍ଠା କରିଛନ୍ତି । ୨୪ ବର୍ଷୀୟ କାଣ୍ଡି ୨୧ କିଲୋମିଟର ବିଶିଷ୍ଟ ରେସକୁ ୫୭ ମିନିଟ, ୩୨ ସେକେଣ୍ଡରେ ଶେଷ କରିଥିଲେ । ୨୦୧୯ ରେ ଜେଫ୍ରି କାମୋରରଙ୍କ ଦ୍ୱାରା ପ୍ରତିଷ୍ଠା ରେକର୍ଡକୁ ସେ ୨୯ ସେକେଣ୍ଡରେ ଭଙ୍ଗ କରିଦେଇଥିଲେ । ପରବତ୍ତୀ ୩ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ କମଓରରଙ୍କ ପର୍ବ ରେକର୍ଡ ଟାଇମିଂର ପଛରେ ରହିଥିଲେ । ବିଶ୍ୱ ଚାମ୍ପିୟନ ଉଗାଣ୍ଡର ଜାକବ କିପି୍ଲମୋ ଦ୍ୱିତୀୟ ସ୍ଥାନରେ ହୋଇଥିବାବେଳେ ତାଙ୍କ ପଛକୁ କେନିୟାର ରୋନେକ୍ସ କିପ୍ରୁଟୋ ଓ ଆଲେକଜାଣ୍ଡର ମୁଟିସୋ ଯାଥାକ୍ରମେ ୩ୟ ଓ ୪ର୍ଥ ହୋଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0