ଅଯୋଧ୍ୟା: ଦୀପାବଳିରେ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଅଯୋଧ୍ୟା । ବହୁ ପ୍ରତୀକ୍ଷିତ ଶ୍ରୀରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଏହା ପ୍ରଥମ ଦୀପାବଳି । ହିନ୍ଦୁଶାସ୍ତ୍ର ଅନୁସାରେ ୧୪ ବର୍ଷ ବନବାସ ପରେ ଦୀପାବଳି ଦିନ ପ୍ରଭୁ ଶ୍ରୀରାମ ଅଯୋଧ୍ୟାକୁ ଫେରିଥିଲେ । ଏହି ଖୁସି ଅବସରରେ ସାରା ଦେଶରେ ଦୀପାବଳି ଉତ୍ସବ ପାଳନ କରାଯାଇଆସୁଛି । ଚଳିତ ବର୍ଷ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ରାମଜନ୍ମ ଭୂମିରେ ଦୀପଉତ୍ସୋବର ମହତ୍ୱ ଦ୍ୱିଗୁଣିତ ହୋଇଉଠିଛି । ଏଥର ଅଯୋଧ୍ୟା ଦୀପୋତ୍ସବରେ ମୋଟ ୫ ଲକ୍ଷ ୫୧ହଜାର ଦୀପ ଏକ ଭିନ୍ନ ଢଙ୍ଗରେ ପ୍ରଜ୍ୱଳିତ ହେବ । ରାମ ଜନ୍ମ ଭୂମିରେ ପ୍ରଥମ ଦ୍ୱିପ ଲଗାଇ ଉତ୍ସବର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୂର୍ବ ବର୍ଷରୁ ଦୀପୋତ୍ସବର ଶୁଭାରମ୍ଭ ହୋଇଥିଲେ ମଧ୍ୟ ଚଳିତ ବର୍ଷ ଦୀପଉତ୍ସୋବର ସ୍ୱତନ୍ତ୍ରତା ରହିଛି । ପୂର୍ବ ବର୍ଷରେ ପ୍ରାୟ ୪ ହଜାର ଦୀପ ପ୍ରଜ୍ଜଳିତ କରାଯାଇଥିଲା । ଏହା ସହ ୧୪ ଟି ମନ୍ଦିରରେ ସର୍ବମୋଟ ୫୪ ହଜାର ଦୀପ ପ୍ରଜ୍ୱଳିତ କରାଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0