spot_img

ମୁଖ୍ୟ ସୂଚନା କମିଶନର ଭାବେ ଯଶବର୍ଦ୍ଧନ କୁମାର ସିହ୍ନା କାର୍ଯ୍ୟଭାର ଗ୍ରହଣ କଲେ

ନୂଆଦିଲ୍ଲୀ: ଦେଶର ନୂତନ ମୁଖ୍ୟ ସୂଚନା କମିଶନର ହୋଇଛନ୍ତି ଯଶବର୍ଦ୍ଧନ କୁମାର ସିହ୍ନା । ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଷ୍ଟ୍ରୀୟ ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଯଶବର୍ଦ୍ଧନ କୁମାର ପୂର୍ବତନ ଭାରତୀୟ ବୈଦେଶିକ ସେବା ଅଧିକାରୀ ଥିଲେ । ବ୍ରିଟେନ ଏବଂ ଶ୍ରୀଲଙ୍କାରେ ଭାରତୀୟ ହାଇ କମିଶନର ଥିବା ଯଶବର୍ଦ୍ଧନ ଗତବର୍ଷ ଜାନୁୟାରୀ ୨ରେ ସୂଚନା କମିଶନର ହୋଇଥିଲେ । ସିଏମସି ଭାବରେ ବିମଲ କୁଲକାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୬ରେ ସମାପ୍ତ ହୋଇଥିଲା । ସେବେଠାରୁ ଏହି ପଦବୀ ଖାଲି ଥିଲା । ୬୨ ବର୍ଷୀୟ ଯଶବର୍ଦ୍ଧନ କାର୍ଯ୍ୟକାଳ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular