spot_img

ପୁଅର ମାଡ଼ରେ ବାପାର ମୃତ୍ୟୁ

ନୂଆପଡ଼ା: ନିଶାଶକ୍ତ ଅବସ୍ଥାରେ ପୁଅକୁ ନିର୍ଧୁମ ଛେଚିଲା ବାପା । ବାପାର ମାଡ ଅସହ୍ୟ ହେବାରୁ ପାଲଟା ଆକ୍ରମଣ କଲା ପୁଅ । ଘଟଣାସ୍ଥଳରେ ଟଳିପଡିଲେ ବାପା । ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଖୁଟମନ ଭେରା ପଞ୍ଚାୟତ କର୍ଚୁଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଖୁଟମନଭେରା ପଞ୍ଚାୟତ କର୍ଚୁଲ ଗାଁରେ ପ୍ରେମଲାଲ ଶବର ତାଙ୍କ ପରିବାର ସହ ରୁହନ୍ତି । ପ୍ରେମଲାଲ କିଛି କାମଧନ୍ଦା କରୁନଥିବା ବେଳେ ଅନେକ ସମୟରେ ନିଶାଶକ୍ତ ଅବସ୍ଥାରେ ଘରେ ଝଗଡା କରୁଥିଲେ । ଗତ ୨୫ ତାରିଖରେ ପ୍ରେମଲାଲ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘରେ ପ୍ରେମଲାଲ ଝଗଡା କରିଥିଲେ । ପୁଅ ତାଙ୍କୁ ବୁଝାସୁଝା କରିଥିଲେ । ପ୍ରେମଲାଲ ପୁଅକୁ ଗାଳିଗୁଲଜ କରିବା ସହ ନିର୍ଧୁମ ପିଟିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ପୁଅ ପାଲଟା ବାପାଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular