ଆଠଗଡ: ଗାଧୋଇବା ବେଳେ ଯୁବକ ନିଖୋଜ। ମହାନଦୀରେ ଗାଧୋଇବା ପାଇଁ ଯାଇଥିବା ଜଣେ ବ୍ୟକ୍ତି ମହାନଦୀରେ ଭାସିଯାଇ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ପ୍ରସନ୍ନପୁର ଗାଁର ନବକିଶୋର ଜେନା, ତାଙ୍କ ବୟସ ୫୦ ବର୍ଷ। ଖବର ପାଇ ଆଠଗଡ ଅଗ୍ନିସେବା ବିଭାଗର ଗୋଟିଏ ଟିମ୍ ମହାନଦୀର ଆଖପାଖ ଅଞ୍ଚଳରେ ଖୋଜାଖୋଜି କରୁଛି। ଯେହେତୁ ବର୍ତ୍ତମାନ ମହାନଦୀର ଜଳସ୍ତର ଅଧିକ ରହିଛି ବର୍ତ୍ତମାନ ସୁଧା ନିଖୋଜ ବ୍ୟକ୍ତିଙ୍କ କୌଣସି ଖବର ମିଳିପାରି ନଥିବା ସୂଚନା ମିଳିଛି। ବର୍ତ୍ତମାନ ଉଦ୍ଧାର କାର୍ୟ୍ୟ ଜାରି ରହିଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0