ଢ଼େଙ୍କାନାଳ : ଢେଙ୍କାନାଳ ଟାଉନ ପୁଲିସ୍ ୨ଟି ଚୋରା ଟ୍ରାକ୍ଟର ଜବତ କରିବା ସହ ୨ ଚୋରକୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ଭୁବନ ଥାନା ଅନ୍ତର୍ଗତ କଇଁଶିରି ଗ୍ରାମର ରାକେଶ ବେହେରା ଓ ଯାଜପୁର ଜିଲ୍ଲା କାଳିଆ ପାଣି ଥାନା ଅନ୍ତର୍ଗତ ଧବାହଲ ଗ୍ରାମର ଜୟନ୍ତ ମହନ୍ତ । ଢେଙ୍କାନାଳ ସହରର ଗଜମରା ଓ ଦେଉଳସାହି ଅଂଚଳରୁ ଗତ ଦୁଇମାସ ପୂର୍ବେ ଏହି ଦୁଇଟି ଟ୍ରାକ୍ଟର ଚୋରି କରି ନେଇଥିଲେ । ତେବେ ଟାଉନ ପୁଲିସ ତଦନ୍ତରେ ଧବାହାଳି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଚଢ଼ାଉ କରି ଉକ୍ତ ଦୁଇଟି ଟ୍ରାକ୍ଟରକୁ ଉଦ୍ଧାର କରିଛି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0