ଆଗକୁ ଅସୁଛି କାଳୀ ପୂଜା । ପୁର ପଲ୍ଲୀ ଠାରୁ ଅରମ୍ଭ କରି ସହର ବଜାର ଚାରିଆଡେ ଏବେ କାଳୀ ପୂଜାକୁ ନେଇ ଚାଲିଛି ପ୍ରସ୍ତୁତି । ତେବେ ଏନେଇ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ମଧ୍ୟ ଉତ୍ସବମୁଖର ହୋଇ ଉଠିଛି । କିନ୍ତୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ଶ୍ୟାମା କାଳୀ ପୂଜା ଆରମ୍ଭ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ବିଭିନ୍ନ କାଳୀ ପୂଜା କମିଟିର ସଭାପତି ଓ ସମ୍ପାଦକ ଏକ ଶାନ୍ତି କମିଟି ବୈଠକ ଡକାଇଛନ୍ତି । ଉକ୍ତ ବୈଠକରେ କରୋନା ଗାଇଡଲାଇନ ପାଳନ କରି ଶ୍ୟାମା କାଳୀ ପୂଜା କରିବାକୁ ଆଲୋଚନା କରାଯାଇଛି । ସ୍ଥାନୀୟ ତହସିଲଦାର ପ୍ରେମାନନ୍ଦ ବେହେରା ଓ ଥାନା ଅଧିକାରୀ ଉମାକାନ୍ତ ନାୟକ ଉପସ୍ଥିତ ଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0