ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ଗାଇଡଲାଇନ ଜାରି କରିଛନ୍ତି । କିନ୍ତୁ ହିଞ୍ଜିଳିକାଟୁରେ ଗଜଲକ୍ଷୀ୍ମ ବିସର୍ଜନ ବେଳେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ସ୍ଥାନୀୟ ହୋଲସେଲ ପରିବା ସଂଘ ତରଫରୁ ଆୟୋଜିତ ଗଜଲକ୍ଷୀ୍ମ ବିସର୍ଜନ ଶୋଭାଯାତ୍ରାରେ କୋଭିଡ କଟକଣାକୁ ଫୁ କରିଥିଲେ ଲୋକେ । ଉକ୍ତ ଶୋଭାଯାତ୍ରାରେ ପ୍ରାୟ ୨୦୦୦ ଲୋକେ ସାମିଲ ହୋଇଥିଲେ । ସବୁଠାରୁ ବଡ କଥା ହେଲା ଏସବୁ ସ୍ଥାନୀୟ ପୋଲିସଙ୍କ ଉପସ୍ଥିତିରି ହୋଇଥିଲା । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଶୋଭାଯାତ୍ରାର ଚିତ୍ର ଓ ଭିଡିଓ ପ୍ରସାରିତ ହୋଇ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୋଲିସ ଏନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗକୁ ଆସିଥିଲା। ପୋଲିସ ଡିଜେ ଗାଡିକୁ ଜବତ କରିବା ସହ ଦୁଇ ଜଣ ମହିଳା ଡେନ୍ସର ଙ୍କୁ ଅଟକ ରଖିଥିବା ଜଣାପଡିଛି। ତେବେ ଶୋଭାଯାତ୍ରା ଆରମ୍ଭରୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ତଦାରଖ ପାଇଁ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ସେହି ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ଉଦ୍ୟମ କରାନଯିବା କେଉଁଠି ନା କେଉଁଠି ଶୋଭାଯାତ୍ରା ପାଇଁ ହିଞ୍ଜିଳି ପୋଲିସର ଗୁପ୍ତ ଅନୁମତି ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0