ମୁମ୍ବାଇ: ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ସଂଖ୍ୟା ୨୮ ପ୍ରତିଶତ ବଢିଛି । ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ସତର୍କତା ସତ୍ତ୍ୱେ ଦେଶରେ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ୟାଙ୍କ ଠକେଇ ହୋଇଛି । ୨୦୧୯-୨୦ରେ ଦେଶରେ ମୋଟ ୧.୯ ଲକ୍ଷ କୋଟିର ବ୍ୟାଙ୍କ ଠକେଇ ହୋଇଥିଲା, ଯାହାକି ୨୦୧୮-୧୯ରେ ୭୧,୫୦୦ କୋଟି ଥିଲା । ୨୦୧୯-୨୦ରେ ମୋଟ ୮୭୦୦ଟି ବ୍ୟାଙ୍କ ଠକେଇ ହୋଇଥିଲା ଓ ଏହା ମଧ୍ୟରୁ ୪୬୧୦ ଟି ଠକେଇ ଗ୍ରାହକମାନଙ୍କ ଦ୍ୱାରା କରାଯାଇଥିବା ଋଣ ମାଧ୍ୟମରେ ହୋଇଥିଲା । ଏହାଛଡା ୧୯୫ କୋଟି ଟଙ୍କାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଓ କାର୍ଡ ସମ୍ପର୍କିତ ଠକେଇ ହୋଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ସର୍ବାଧିକ ୪୪୧୩ ଟି ଠକେଇ ମାମଲା ସାମ୍ନାକୁ ଆସିଛି । ଏସବୁ ଠକେଇ ଗୁଡିକର ମୋଟ ମୂଲ୍ୟ ୧ ଲକ୍ଷ ୪୮ ହଜାର କୋଟି ହେବ । ଘରୋଇ ବ୍ୟାଙ୍କରେ ୩୪,୨୧୧ କୋଟି ଟଙ୍କା ମୂଲ୍ୟର ମୋଟ ୩୦୬୬ଟି ଠକେଇ ମାମଲା ଜଣାପଡିଛି । ଏନେଇ ରିଜର୍ଭ ବ୍ୟାଙ୍କ ତରଫରୁ ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0