ନୂଆଦିଲ୍ଲୀ: ଆମେରିକାରେ କରୋନା ସଂକ୍ରମଣ ୧ କୋଟି ଟପିଛି । ତେବେ ବିଶ୍ୱର ପ୍ରଥମ ରାଷ୍ଟ୍ରଭାବେ ଆମେରିକାରେ ଏପରି ଘଟିଛି । ଅନ୍ୟପଟେ ଆମେରିକାରେ ଏବେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । ମାତ୍ର ୧୦ ଦିନ ମଧ୍ୟରେ ଆମେରିକାରେ ୧୦ ଲକ୍ଷ ସଂକ୍ରମଣ ରିପୋର୍ଟ କରାଯାଇଛି । ଆମେରିକାରେ କରୋନା ସଂକ୍ରମଣ ୧ କୋଟି ଟପିବା ସହିତ ବିଶ୍ୱରେ ସଂକ୍ରମଣ ମାମଲା ୫ କୋଟି ଟପିଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜୋ ବାଇଡେନ କରୋନା ମୁକାବିଲା ପାଇଁ ନୂଆ କରୋନା ଭାଇରସ ଟିମ ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ଗତ ଶନିବାର ଦିନ ଆମେରିକାରେ ସର୍ବାଧିକ ୧ ଲକ୍ଷ ୩୧ ହଜାର ୪୨୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ଅନ୍ୟପଟେ ୨ ଲକ୍ଷ ୩୭ ହଜାର ଆମେରିକୀୟଙ୍କ କରୋନାରେ ମୃତୁ୍ୟ ହୋଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0