କରୋନା ଭଳି ମହାମାରୀ ସହିତ ଲଢିବାରେ ଭାରତ ଏବେ ବିଶ୍ୱର ଅଗ୍ରଣୀ ଦେଶ ଭାବେ ପରିଗଣିତ ହୋଇଛି । ଏବେ ଭାରତ ତାର ସ୍ୱଦେଶୀ ଜ୍ଞାନ କୌଶଳରେ ୨ ଟି କରୋନା ଟିକା ପ୍ରସ୍ତୁତ କରି ସାରିଛି । ଏହାସହ ପ୍ରସ୍ତୁତ ହୋଇଥିବା ଟିକାକୁ ବି ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି । ମଞ୍ଜୁରୀ ପାଇଥିବା କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଚଳିତ ମାସ ୧୬ ତାରିଖରୁ ଲୋକମାନଙ୍କୁ ଦିଆଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି । ଏହା ସହ ଟିକାକରଣ ବାବଦରେ ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ହେଲେ ଏଭଳି ସ୍ଥଳେ ଭାରତକୁ ୧୦ ଟି ଦେଶ ଟିକା ପାଇଁ ସହାୟତା ମାଗିଛନ୍ତି । ସେମାନଙ୍କ ମଧ୍ୟରେ ବ୍ରାଜିଲ, ମରକ୍ସୋ, ସୌଦି, ମ୍ୟାନମାର, ବାଂଲାଦେଶ, ଭୂଟାନ, ନେପା, ଦକ୍ଷିଣଆଫ୍ରିକା, ଶ୍ରୀଲଙ୍କା ଓ ଆଫଗାନିସ୍ଥାନ ଭଳି ଦେଶ ରହିଛନ୍ତି । ତେବେ ଭାରତ ସରକାର ନେପାଳ, ଭୂଟାନ, ଶ୍ରୀଲଙ୍କା,ଆଫଗାନିସ୍ଥାନ ଓ ବାଂଲାଦେଶକୁ ଗୁରୁତ୍ୱ ଦେଉଥିବା ଜଣାପଡିଛି । ମହାମାରୀ ଆରମ୍ଭରେ ଭାରତ ପିପିଇ କିଟ, ମାସ୍କ, ଭେଣ୍ଟିଲେଟର ଓ ଟେଷ୍ଟିଂ କିଟ ପାଇଁ ଅନ୍ୟ ଦେଶ ମାନଙ୍କ ଉପରେ ନିର୍ଭର କରୁଥିଲା। ନେପାଳ ଭାରତ ଠାରୁ ୨୦ ଲକ୍ଷ ଟିକା ନେବାକୁ ଯୋଜନା କରିଛି । ସେହିପରି ଭୂଟାନ ୧୦ ଓ ବାଂଲାଦେଶ ୩ କୋଟି ଟିକା ନେବାକୁ ସେରମ ଇନଷ୍ଟିଚ୍ୟୁଟ ସହିତ ଚୁକ୍ତି କରିଛି । ଏହାସହ ମ୍ୟାନମାର ମଧ୍ୟ ସେରମ ଇନଷ୍ଟିଚ୍ୟୁଟ୍ ସହିତ ଚୁକ୍ତି କରିଥିବା ସୂଚନା ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0