କଟକ : ଦୀର୍ଘ ୧୯ ବର୍ଷ ଧରି ପ୍ରକାଶିତ ହେଉଥିବା ଧର୍ମ,ତତ୍ତ୍ୱ, ସମ୍ବାଦ ଓ ସଂସ୍କାରମୂଳକ ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସଂନ୍ଧାନେ’ ର ୨୦ତମ ସ୍ୱନକ୍ଷେତ୍ର ଅବସରରେ ବାର୍ଷିକ ସତସଙ୍ଗ ଏବଂ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା କୋଭିଡ-୧୯ କଟକଣା ଅନୁଯାୟୀ ରବିବାର ୧୦ଟା ପୂର୍ବାହ୍ନରେ କଟକ ସଦର ଅନ୍ତର୍ଗତ ଉରାଳି ପଞ୍ଚାୟତ ଅନ୍ତର୍ଗତ ନଛିପୁର କେଦାରେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମର ଉଦଘାଟକ ଭାବେ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟ ଅତିଥି ଭାବେ ଦୈନିକ ଖବରକାଗଜ ପ୍ରଗତିବାଦୀର କାର୍ୟ୍ୟକାରୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ,ମୁଖ୍ୟ ବକ୍ତା ଭାବେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ଅନ୍ୟତମ ଅତିଥି ମଧ୍ୟରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ପ୍ରକାଶ ଚନ୍ଦ୍ର ମହାପାତ୍ର, ଇଫକୋ ଡିଜିଏମ୍ ଜ୍ଞାନଚାନ୍ଦ୍ ଆଚାର୍ୟ୍ୟ, ଶିକ୍ଷାବିତ ଡକ୍ଟର ଶରତ କୁମାର ବିଶ୍ବାଳ,ପତ୍ରିକାର ମୁଖ୍ୟ ସମ୍ପାଦକ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଶରତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବହୁ ସାଧୁ ସନ୍ଥଙ୍କ ସହ ପାଲା,ଜ୍ୟୋତିଷ,ସମାଜସେବା, ସାମ୍ବାଦିକତା ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ଦୈନିକ ସଂଚାରର କାର୍ୟ୍ୟକାରୀ ସମ୍ପାଦକ ହରିହର ତ୍ରିପାଠୀଙ୍କୁ ସ୍ବତନ୍ତ୍ର ସମ୍ନାନରେ “ଦିବ୍ୟାଲୋକ ସଂନ୍ଧାନେ-୨୦୨୧” ସମ୍ନାନରେ ସମ୍ନାନିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ପରିଚାଳନା ସମ୍ପାଦକ ଇଂ ବିପ୍ଲବ ଦାସ ପରିଚାଳନା କରିଥିବା ବେଳେ ଉକ୍ତ ସତସଙ୍ଗରେ ‘ ସାଧାରଣ ଜୀବନରେ ବେଦ ‘ ଶୀର୍ଷକ ପ୍ରସଙ୍ଗ ଉପରେ ବିଦ୍ବାନ ମାନେ ଆଲୋଚନା କରିଥିଲେ । ପତ୍ରିକାର ସମ୍ପାଦକ ତଥା ଆଧ୍ୟାତ୍ମିକ ସ୍ତମ୍ଭକାର ଇଂ ଶ୍ରୀ ସନ୍ୟାସୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0