କେନ୍ଦୁଝର : ଭାରସାମ୍ୟ ହରାଇ ପଥରରେ ପିଟିହେଲା ବାଇକ । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦୁଝର ମାଛଗଡ଼ କମାରମରା ଡ଼ିପାସାହିରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିକୁ ଆମ୍ବୁଲାନ୍ସ ଯୋଗେ କରଂଜିଆ ମେଡ଼ିକାଲରେ ଭର୍ତି କରାଯାଇଛି । ଦୁର୍ଘଟଣା ସ୍ଥଳରେ ସାହାରପଡ଼ା ଫାଣ୍ଡି ଅଧିକାରୀ ପହଂଚି ମୃତ ଦେହକୁ ଜବତ କରି ବ୍ୟବଚ୍ଚେଦ ପାଇଁ ପାଟଣା ମେଡ଼କାଲକୁ ପଠାଇଛନ୍ତି । ମୃତକ ଜଣକ ମୟୁରଭଂଜର ଠାକୁରମୁଣ୍ଡା ସ୍ଥିତ ସିମିଡ଼ିହା ଗ୍ରାମର ଦାଶରଥି ବେହେରା । ଗୁରୁତର ଜଣକ ଉକ୍ତ ଗ୍ରାମର ପଦ୍ମଲୋଚନ ମହାନ୍ତ ବୋଲି ସୂଚନା ମଳିଛି । ଉଭୟ ଝାଡ଼ଖଣ୍ଡ ରୁ ମାଛଗଡ଼ କମାରମରା ସମ୍ପର୍କୀୟ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0