ନୂଆଦିଲ୍ଲୀ: ୧୦୦ କୋଟି ମାନହାନୀ ମାମଲା ଦାଏର କରିବାର ଚେତାବନୀ ଦେଲା ସିରମ ଇନଷ୍ଟିଟ୍ୟୁଟ । ତୃତୀୟ ପର୍ଯ୍ୟାୟର କରୋନା ପ୍ରତିଷେଧକ ଟିକା ଦିଆଯାଇଥିବା ଜଣେ ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗକୁ କେନ୍ଦ୍ରକରି ଏପରି ଚେତାବନୀ ଦେଇଥିବାର ଦର୍ଶାଇଛି ସିରମ ଇନଷ୍ଟିଟ୍ୟୁଟ । ତେବେ ବ୍ୟକ୍ତିଙ୍କ ଠାରେ କୋଭିଶିଲ୍ଡ ଟିକା ପ୍ରୟୋଗ କରାଯାଇଥିଲା । ସେ ଏହି ଟିକା ନେବା ପରେ ଅସୁସ୍ଥ ହୋଇପଡିଥିବାର ଦର୍ଶାଇଛନ୍ତି । ଅନ୍ୟପଟେ ସିରମ ଇନଷ୍ଟିଟ୍ୟୁଟ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା କହିବା ସହ ଇନଷ୍ଟିଟ୍ୟୁଟ ଭାବମୁର୍ତ୍ତି ଖରାପ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛି । ଯଦି ଏପରି ପ୍ରମାଣିତ ନହେଲେ ମାନହାନୀ ଦାଏର କରାଯିବ ବୋଲି ସିରମ ଇନଷ୍ଟିଟ୍ୟୁଟ ଚେତାବନୀ ଦେଇଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0