ନୂଆଦିଲ୍ଲୀ: ମଙ୍ଗଳବାର ଆୟୋଜିତ ହେଉଛି ୧୨ ତମ ବିକ୍ସ ଶିଖର ସମ୍ମିଳନୀ । ଏହି ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ କରାଯିବ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଆମନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଯୋଗ ଦେବେ । ଏଥିରେ ଚାଇନା ରାଷ୍ଟ୍ରପତି ସି ଜିନପିଂଗ, ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋଓ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଭାରତ-ଚୀନ ପରସ୍ପର ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତ-ଚୀନ ମଧ୍ୟରେ ଗତ ମେ ମାସରୁ ପୂର୍ବ ଲଦାଖ ସୀମାକୁ ନେଇ ଉତ୍ତେଜନା ଲାଗି ରହିଛି । ଦୁଇ ଦେଶ ମଧ୍ୟରେ ହିଂସା ଭଳି ଘଟଣା ମଧ୍ୟ ଉପୁଜିଛି । ଉଭୟ ଦେଶର ସୈନ୍ୟ ପଛକୁ ହଟିବାକୁ ନେଇ ଦିଆଯାଇଥିବା ପ୍ରସ୍ତାବ ଉପରେ କଥାବାର୍ତ୍ତା ଚାଲିଛି । ନିକଟରେ ନରେନ୍ଦ୍ର ମୋଦି ଓ ସି ଜିନପିଙ୍ଗଙ୍କ ମଧ୍ୟରେ ୧୦ ନଭେମ୍ବରରେ ସାଂଘାଇ ସହଯୋଗ ସଙ୍ଗଠନ ବୈଠକରେ ସାମ୍ନା ସାମ୍ନି ହୋଇଥିଲେ । ଏବେ ବ୍ରିକ୍ସ ସମ୍ମିଳନୀ ଏବଂ ପରେ ୨୧ ଓ ୨୨ ନଭେମ୍ବରରେ ଜି-୨୦ ବୈଠକରେ ପୁଣି ଦୁଇ ନେତା ସାମ୍ନା ସାମ୍ନି ହେବାର କାର୍ଯ୍ୟକ୍ରମ ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0